Latest Odisha News

BREAKING NEWS

ମୋବାଇଲ ପରାମର୍ଶରୁ ବଲାଙ୍ଗିରର ଏହି ଚାଷୀ; କିପରି ପ୍ରଚୁର ଧାନ ଅମଳ କଲେ ଜାଣନ୍ତୁ…

ବଲାଙ୍ଗିର: ଏବେକାର ସମୟ ହେଉଛି ହାଇ-ଟେକର ଯୁଗ । ଯଦି ହାଇ-ଟେକ୍ ଦ୍ୱାରା ସବୁକିଛି ସମ୍ଭବ ହୋଇପାରୁଛି ତେବେ କୃଷିକ୍ଷେତ୍ରରେ ଏହି ହାଇ-ଟେକ୍ ପଦ୍ଧତି କାହିଁକି ଉପଯୋଗ ହୋଇ ନ’ପାରିବ ? ଆଜିକାଲି ବର୍ଷା, ବନ୍ୟା ଏପରିକି ପାଣିପାଗ ପରିସ୍ଥିତି ଚାଷ କାର୍ଯ୍ୟରେ ଅନେକ ବାଧା ସୃଷ୍ଟି କରିବା ଦେଖାଯାଉଛି ।

ମାତ୍ର ପାଣିପାଗର ପୂର୍ବାନୁମାନ କରି ଚାଷୀମାନେ ଚାଷରେ ନିଶ୍ଚିତ କ୍ଷତି ହେବାର ସମସ୍ୟାରୁ ମୁକୁଳି ପାରିଛନ୍ତି । ଏହି ହାଇ-ଟେକ୍ ପଦ୍ଧତିରେ ଚାଷ କରି ଆଜି ଲକ୍ଷ ଲକ୍ଷ ଚାଷୀ ଉପକୃତ ହୋଇପାରିଛନ୍ତି।

ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ୍ ଅନ୍ତର୍ଗତ ବିନ୍ଧାନ ପଥର ଗ୍ରାମର ଚାଷୀ ହେଲେ ସୁଦାମ ମେହେର (୪୫) । ତାଙ୍କର ଚାଷ ହିଁ ରୋଜଗାରର ଏକମାତ୍ର ପନ୍ଥା ।

“ମୁଁ ଏକ ଚାଷୀ ପରିବାରରୁ ଆସିଛି । ଛୋଟବେଳୁ ବାପା ଓ ଜେଜେ ବାପାଙ୍କୁ ଚାଷ କାମ କରୁଥିବା ଦେଖିଦେଖି ବଡ ହୋଇଛି । ମୋର ପାଠପଢାରେ ଖୁବ୍ ରୁଚି ଥିଲା । ବଡ ହେବା ସଙ୍ଗେସଙ୍ଗେ ମ୍ୟାଟ୍ରିକ୍ ପାଠ ସମାପ୍ତ କରିଥିଲି ଏବଂ ପରେ ମୁଁ ବି ଚାଷ କାମରେ ଯୋଗଦେଇଥିଲି, ଆଉ ପ୍ରାୟ ୩୦ ବର୍ଷ ହେବ ମୁଁ ଏହି ଚାଷ କାମ କରିଆସୁଛି” ବୋଲି କୁହନ୍ତି ସୁଦାମ ।

ମୋ ପରିବାରରେ ମା’, ସ୍ତ୍ରୀ, ପୁଅ ଓ ଝିଅକୁ ମିଶାଇ ଆମେ ୫ ପ୍ରାଣୀ କୁଟୁମ୍ବ ହୋଇଥିବା ବେଳେ ଘର ଚଳାଇବାରେ ମୁଁ ଏକମାତ୍ର ବ୍ୟକ୍ତି ବୋଲି ସେ କହିଛନ୍ତି ।

ଏହାବ୍ୟତିତ ସୁଦାମଙ୍କ ପାଖରେ ୧୦ ଏକର ଚାଷ ଜମି ଥିବା ବେଳେ ୫ ଏକରରେ ସେ ଧାନ ଚାଷ କରିଥାନ୍ତି । ବଳକା ୩ ଏକରରେ କପା ଚାଷ ଓ ଆଉ ୨ ଏକରରେ ପନିପରିବା ଚାଷ କରିଥାନ୍ତି । ଏଥିସହିତ ସେ ଘରେ ୪ଟି ଗାଈ ମଧ୍ୟ ପାଳିଛନ୍ତି ।

ଗତ ୩ ବର୍ଷ ତଳେ କୀଟପତଙ୍ଗ ଲାଗି ମୁଁ ଚାଷରେ ବହୁତ କ୍ଷତି ସହିଥିଲା । ଏପରିକି ଯାହାର ସମାଧାନ ମଧ୍ୟ ମୋ ପାଖରେ ନଥିଲା । ପରେ ୨୦୧୮ ମସିହାରେ ଏକ ଓଡିଆ ସମ୍ବାଦପତ୍ରରୁ ମୁଁ ରିଲାଏନ୍ସ ଫାଉଣ୍ଡେସନ୍ ବିଷୟରେ ଜାଣିବାକୁ ପାଇଥିଲି ବୋଲି ସୁଦାମ କହିଛନ୍ତି ।

ସେବେଠାରୁ ‘ରିଲାଏନ୍ସ ଫାଉଣ୍ଡେସନ’ ସଂସ୍ଥା ସହିତ ସମ୍ପର୍କ ରଖିଛି । ପାଣିପାଗ ପୂର୍ବାନୁମାନ ଜାଣିବା ଲାଗି ମୁଁ ସଦା ସର୍ବଦା ‘ରିଲାଏନ୍ସ ଫାଉଣ୍ଡେସନ’ ର ଟୋଲ୍ ଫ୍ରି ନମ୍ବର ୧୮୦୦-୪୧୯-୮୮-୦୦ ବ୍ୟବହାର କରିଥାଏ । ଏହି ଟୋଲ୍ ଫ୍ରି ନମ୍ବରରୁ ମୁଁ କେବଳ ପାଣିପାଗ ସମ୍ପର୍କରେ ନୁହେଁ ଚାଷରେ ଲାଗୁଥିବା ସମସ୍ତ ପ୍ରକାର ପ୍ରୟୋଗ କରିଥିବା ଅର୍ଗାନିକ ଚାଷ ପଦ୍ଧତି ସମ୍ପର୍କରେ ଜ୍ଞାନ କୌଶଳ ହାସଲ କରିପାରିଛି ।” ଏହା କହିଛନ୍ତି ବଲାଙ୍ଗିରର ସଫଳ ଚାଷୀ ସୁଦାମ।

ଏହି ଫୋନ ମାଧ୍ୟମରେ ସେ ‘ରିଲାଏନ୍ସ ଫାଉଣ୍ଡେସନ’ ସଂସ୍ଥାର ଅନେକ କୃଷିବିତ୍ ଙ୍କ ସହିତ ଯୋଗାଯୋଗ ରକ୍ଷା କରିବା ସହିତ କୃଷି ବୈଜ୍ଞାନିକମାନଙ୍କ ଠାରୁ ପରାମର୍ଶ ଗ୍ରହଣ କରିଥାଆନ୍ତି ବୋଲି କହିଛନ୍ତି ସୁଦାମ ।

ଏହି ସଂସ୍ଥାର ସହାୟତାରେ ମୁଁ ଚଳିତ ଥର ଧାନ ଚାଷ କରି ପାଖାପାଖି ୬୦ ହଜାର ଟଙ୍କା ପାଇଥିଲି । ଏହାବ୍ୟତିତ ମୁଁ ମାଛ ଚାଷ କରିବା ଲାଗି ମଧ୍ୟ ଯୋଜନା କରୁଥିବା ନେଇ କହିଛନ୍ତି ସୁଦାମ ।

କୃଷି କାର୍ଯ୍ୟରେ ତାଙ୍କର ଏହି ବିରାଟ ସଫଳତାର ସମ୍ପୂର୍ଣ୍ଣ ଶ୍ରେୟ ‘ରିଲାଏନ୍ସ ଫାଉଣ୍ଡେସନ’ ସଂସ୍ଥାକୁ ଦେଇଛନ୍ତି ସଫଳ ଚାଷୀ ସୁଦାମ । ଏଥିସହିତ ସେ ସଂସ୍ଥାକୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି।

Leave A Reply

Your email address will not be published.