Latest Odisha News

BREAKING NEWS

Cough Syrup Seized: ୯ ହଜାର ବୋତଲ କଫ ସିରଫ ଜବତ, ଜଣେ ଗିରଫ…

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ସାହାଜବାହାଲ ଗାଁ ନିକଟରୁ ବିପୁଳ ପରିମାଣର କଫ ସିରଫ ଜବତ ହୋଇଛି । ଘଟଣାରେ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିବାବେଳେ, ଆଉ ୩ ଜଣ ଫେରାର ହୋଇଯାଇଛନ୍ତି ।

୨ଟି ଗାଡ଼ିରେ କଫ ସିରଫ ଚାଲାଣ ହେଉଥିବା ବିଶ୍ଵସ୍ଥ ସୂତ୍ରରୁ ଖବର ପାଇ ଅଭିଯୁକ୍ତଙ୍କୁ ପିଛା କରିଥିଲା ସୋନପୁର ପୋଲିସ । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବୋଲେରୋ ପିକଅପ୍ ଓ ହୋଣ୍ଡା ସିଭି କାରରୁ ୯ ହଜାର ବୋତଲ କଫ ସିରଫ ଜବତ କରାଯାଇଛି ।

ତେବେ ଗିରଫ ଅଭିଯୁକ୍ତ ଜଣକ ବରଗଡ଼ ଜିଲ୍ଲା ସତଲମା ଗାଁର ଗୁଲସନ ସାହୁ ବୋଲି ଜଣାପଡିଛି । ଅନ୍ୟ ତିନି ଜଣ ଫେରାର କଫ ସିରଫ ମାଫିଆଙ୍କୁ ଧରିବା ନେଇ ତଦନ୍ତ ପ୍ରକ୍ରିୟା ଜାରି ରଖିଛି ପୋଲିସ ।

Leave A Reply

Your email address will not be published.