Latest Odisha News

BREAKING NEWS

SI Recruitment Exam Scam: ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟିର ଖାସ୍ ସହଯୋଗୀକୁ ଗିରଫ କଲା ସିବିଆଇ

ଭୁବନେଶ୍ୱର: ପୋଲିସ ଏସଆଇ ପରୀକ୍ଷା ଜାଲିଆତି ଘଟଣାରେ ଆଉ ଜଣଙ୍କୁ ଗିରଫ କରିଛି ସିବିଆଇ । ଗିରଫ ଅଭିଯୁକ୍ତ ଜଣଙ୍କ ହେଲା ଇପିଲି ସୀତାରାମ । ସେ ଏହି ଘଟଣାର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟିର ଖାସ୍ ସହଯୋଗୀ ତଥା ଏଜେଣ୍ଟ ବୋଲି କୁହାଯାଉଛି ।

ଇପିଲି ଗଞ୍ଜାମ ଓ କୋରାପୁଟ ଜିଲ୍ଲାରୁ ପରୀକ୍ଷାର୍ଥୀ ଯୋଗାଡ଼ କରୁଥିଲା । ଶଙ୍କର ଗିରଫ କରିବା ପରେ ଇପିଲି ଫେରାର ହୋଇଯାଇଥିଲା । ଗତକାଲି ରାତିରେ ସିବିଆଇ ତାକୁ ଗିରଫ କରଛି । ଏହି ଜାଲିଆତି ମାମଲାରେ ବର୍ତ୍ତମାନା ୧୮ ଜଣ ଗିରଫ ହୋଇସାରିଛନ୍ତି ।

ଶଙ୍କର ଗିରଫ ହେବା ପରେ ତାର ସହଯୋଗୀମାନେ ଫେରାର ହୋଇଯାଇଥିଲେ । ମାମଲା ସିବିଆଇ ନେଲା ପରେ ଶଙ୍କରଙ୍କୁ ରିମାଣ୍ଡରେ ଆଣି ଜେରା କରିଥିଲା । ଏହି ସମୟରେ ସିବିଆଇ ଜାଣିବାକୁ ପାଇଥିଲା ଶଙ୍କର ରାଜ୍ୟ ଓ ରାଜ୍ୟ ବହାରେ ଏକାଧିକ ଏଜେଣ୍ଟ କରିଥିଲେ । ସେ ଏଜେଣ୍ଟମାନେ ଏସ୍ଆଇ ପାଇଁ ଆବେଦନ କରିଥିବା ପିଲାଙ୍କୁ ଯୋଗାଯୋଗ କରୁଥିଲେ । ଯେଉଁମାନେ ରାଜି ହୋଇଥିଲେ ସେମାନଙ୍କଠାରୁ ଏହି ଏଜେଣ୍ଟମାନେ ନଗଦ ଆକାରରେ ଟଙ୍କା ଗ୍ରହଣ କରି ଶଙ୍କର ପାଖକୁ ପଠାଉଥିଲେ ।

Leave A Reply

Your email address will not be published.