ପୁରୀ: ବିଜେଡିରୁ ନିଲମ୍ବିତ ହେଲେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅଧ୍ୟକ୍ଷା ସରୋଜିନୀ ତରାଇ । ଦଳବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି ରାଜ୍ୟ ବିଜେଡି ମୁଖ୍ୟାଳୟ ଉପସଭାପତି ପ୍ରତାପ ଜେନା । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସରୋଜିନୀଙ୍କୁ ନିଲମ୍ବିତ କରାଯାଇଛି ।
ପୂର୍ବରୁ କଂଗ୍ରେସରୁ ଆସି ବିଜେଡିରେ ଯୋଗଦେଇଥିଲେ ସରୋଜିନୀ ତରାଇ । ହେଲେ ଏବେ ଦଳର କୌଣସି ବି ନିର୍ଦ୍ଦେଶକୁ ନ ମାନିବା ଓ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ତାଙ୍କୁ ନିଲମ୍ବିତ କରିଛି ଦଳ । ବେଶ କିଛିଦିନ ହେବ ଦଳର ବିଭିନ୍ନ କାର୍ଯ୍ୟରୁ ନିଜକୁ ଦୂରେଇ ରଖୁଥିଲେ ସରୋଜିନୀ ।
ସେହିପରି ସାଧାରଣ ନିର୍ବାଚନ ଆଗରୁ ବ୍ଲକ ଉପାଧ୍ୟାକ୍ଷା ମଧ୍ୟ ବିଜେପିରେ ଯୋଗ ଦେଇ ସାରିଥିଲେ । ତେଣୁ ଅଧକ୍ଷା ନିଜର ଆସନ ବଞ୍ଚାଇବା ପାଇଁ ବିଜେପିରେ ମିଶିବାକୁ ଚାଁହୁଥିଲେ । ତେବେ କିଛି ବିଜେପି ନେତାଙ୍କ ବିରୋଧ ଯୋଗୁଁ ସରୋଜିନୀ ମିଶି ପାରିନଥିବା ଶୁଣିବାକୁ ମିଳୁଛି ।