Latest Odisha News

BREAKING NEWS

Strike:୧୨ ତାରିଖ ସର୍ବଭାରତୀୟ ଧର୍ମଘଟକୁ ପିସିସି ପକ୍ଷରୁ ସମର୍ଥନ ଘୋଷଣା

ଭୁବନେଶ୍ବର: ୧୦ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନର ଧର୍ମଘଟ ଡାକରାକୁ ସମର୍ଥନ କରିବ କଂଗ୍ରେସ । କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ ୪ଟି ଶ୍ରମ କୋଡ୍‌ ବାତିଲ ସହିତ ବିଭିନ୍ନ ଜନବିରୋଧୀ ନୀତିକୁ ନେଇ ୧୦ଟି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ଆସନ୍ତା ୧୨ ତାରିଖରେ ଧର୍ମଘଟ ଓ ବନ୍ଦ ଡାକରା ଦିଆଯାଇଛି। ଏହି ଧର୍ମଘଟକୁ ରାଜ୍ୟ କଂଗ୍ରେସ ସମ୍ପୂର୍ଣ୍ଣ ସମର୍ଥନ କରିବ । ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ ।

ପିସିସି ସଭାପତି ଭକ୍ତ କହିଛନ୍ତି, କଲ୍ୟାଣକାରୀ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଆଇନକୁ କେନ୍ଦ୍ର ସରକାର ଉଚ୍ଛେଦ କରି ଭି ବି ଜି-ରାମ-ଜି ପରି ଶ୍ରମିକ ବିରୋଧୀ ଯୋଜନା ଲାଗୁ କରିଛନ୍ତି। କଂଗ୍ରେସ ପକ୍ଷରୁ ଏହାକୁ ନେଇ ଦେଶବ୍ୟାପୀ ଧର୍ମଘଟ,ବିକ୍ଷୋଭ,ଅନଶନ କରାଯାଉଛି ।

ଓଡ଼ିଶାରେ କଂଗ୍ରେସର ତୃଣମୂଳସ୍ତର ଯାଏ ନେତା ଓ କର୍ମୀ ଏହି ଧର୍ମଘଟକୁ ସମର୍ଥନ କରିବା ପାଇଁ ପିସିସି ପକ୍ଷରୁ ଡିସିସିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.