Latest Odisha News

BREAKING NEWS

ଏସୀୟ କ୍ରୀଡ଼ା: ପ୍ରଥମ ହୋଇ ଦୂତି ଚାନ୍ଦ ୨୦୦ ମିଟର ସେମିଫାଇନାଲରେ

ଜାକର୍ତ୍ତା : ଏସିଆନ ଗେମ୍ସରେ ମହିଳା ୨୦୦ ମିଟର ଦୌଡ଼ରେ ଭାରତ ପକ୍ଷରୁ ପ୍ରତିଦ୍ୱନ୍ଦିତା କରୁଥିବା ଓଡ଼ିଆ ସ୍ପ୍ରିଣ୍ଟର୍ ଦୂତି ଚାନ୍ଦ ଆଜି ହିଟ୍ସରେ ପ୍ରଥମ ହୋଇ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ।

ଦୂତି ତାଙ୍କ ୨୦୦ ମିଟର ପ୍ରାରମ୍ଭିକ ହିଟ୍ସ ପ୍ରତିଯୋଗିତାରେ ରେକର୍ଡ଼ ୨୩.୩୭ ସେକେ ସମୟ ନେଇ ଦୌଡ଼ ଅତିକ୍ରମ କରି ଫାଇନାଲ ଲାଗି ଯୋଗ୍ୟ ବିବେଚିତ ହୋଇଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ, ଓଡ଼ିଆ ସ୍ପ୍ରିଣ୍ଟର୍ ଦୂତି ଜାକର୍ତ୍ତା ଏସିଆନ ଗେମ୍ସର ୧୦୦ ମିଟର ଦୌଡ଼ରେ ଭାରତ ଲାଗି ଏକ ରୌପ୍ୟ ପଦକ ଜିତି ୨୮ ବର୍ଷର ରେକର୍ଡ଼ ଭଙ୍ଗ କରିଛନ୍ତି ।

୨୦୦ ମିଟର ଫାଇନାଲରେ ଦୂତି ନିଶ୍ଚିତ ରୂପେ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣ ଜିତିବେ ବୋଲି କୋଟି କୋଟି ଭାରତୀୟ ଆଶା ବାନ୍ଧିଛନ୍ତି ।

ତେବେ ବହୁ ଚର୍ଚ୍ଚିତ ଭାରତୀୟ ସ୍ପ୍ରିଣ୍ଟର୍ ହିମା ଦାସଙ୍କଠୁ ୨୦୦ ମିଟରରେ ଭାରତୀୟମାନେ ପଦକ ଆଶା କରିଥିଲେ । କିନ୍ତୁ ହିମା ସମସ୍ତଙ୍କୁ ନିରାଶ କରି ଦୂତିଙ୍କ ଠୁ ଦୌଡ଼ରେ ଖୁବ୍ ପଛରେ ପଡ଼ିଯାଇଥିଲେ ।

ତେବେ ଅବଶ୍ୟ ହିମା ୨୩.୪୭ ସେକେଣ୍ଟ ଟାଇମିଂ ନେଇ ସେମି ଫାଇନାଲ ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି ।

Leave A Reply

Your email address will not be published.