Latest Odisha News

BREAKING NEWS

ଏସୀୟ କ୍ରୀଡ଼ା: ଜାଭେଲିନ୍ ଥ୍ରୋ’ରେ ନୀରଜ ଜିତିଲେ ସ୍ୱର୍ଣ୍ଣପଦକ

ଜାକର୍ତ୍ତା: ଏସିଆନ ଗେମ୍ସର ଆଜି ୯ମ ଦିବସରେ ଭାରତକୁ ବେଶ୍ ସଫଳତା ମିଳିପାରିଛି । ଜାଭେଲିନ ଥ୍ରୋ’ରେ ଭାରତୀୟ ଆଥଲେଟ ନୀରଜ ଚୋପ୍ରା ଭାରତ ଲାଗି ୮ମ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।

ନୀରଜ ୮୮.୦୮ ମିଟର ଜାଭେଲିନ ପକାଇ ଜାତୀୟ ରେକର୍ଡ଼ ଭଙ୍ଗ କରିବା ସହିତ ପ୍ରଥମ ଭାରତୀୟ ଖେଳାଳି ଭାବେ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।

ଏହି ପ୍ରତିଯୋଗିତାରେ ଭାରତର ଯଥେଷ୍ଟ ପଛରେ ରହି ଚୀନକୁ ରୌପ୍ୟ ଏବଂ ଚୀର ପ୍ରଦିଦ୍ୱନ୍ଦୀ ପାକିସ୍ତାକୁ ବ୍ରୋଞ୍ଜ ପଦକ ମିଳିଛି ।


ଆଜି ଭାରତୀୟ ଆଥଲେଟମାନେ ଉତ୍ତମ ଖେଳ ପ୍ରଦର୍ଶନ କରି ଏକାଧିକ ମେଡ଼ାଲ ହାସଲ କରିଛନ୍ତି । ୩ ହଜାର ମିଟର ଷ୍ଟେପଲଚେଜରେ ୨ୟ ସ୍ଥାନ ହାସଲ କରି ଭାରତୀୟ ଆଥଲେଟ ସୁଧା ସିଂହ ରୌପ୍ୟ ପଦକ ପାଇଛନ୍ତି ।

ସେହିପରି ମହିଳା ଲଙ୍ଗଜମ୍ପରେ ନୀନା ଭରକିଲ୍ ଭାରତ ଲାଗି ଏକ ରୌପ୍ୟ ପଦକ ଜିତିଛନ୍ତି ।

ଅନ୍ୟତମ ପୁରଷ ଆଥଲେଟ ଧରୁଣ ଆୟାସାମୀ ୪୦୦ ମିଟର ହର୍ଡ଼ଲ୍ସରେ ସିଲଭର ମେଡ଼ାଲ ହାସଲ କରିପାରିଛନ୍ତି ।

Leave A Reply

Your email address will not be published.