Latest Odisha News

BREAKING NEWS

Handibhanga Jata: ୧୧ ବର୍ଷ ପରେ ପୁଣି ପାଳନ ହେବ ହାଣ୍ଡିଭଙ୍ଗା ଯାତ…

ଭୁବନେଶ୍ୱର: ଦୀର୍ଘ ୧୧ ବର୍ଷ ପରେ ପୁଣି ଅନୁଷ୍ଠିତ ହେବ ହାଣ୍ଡିଭଙ୍ଗା ଯାତ । ଏହାକୁ ସ୍ବଭାବିକ କରିବାକୁ କପିଳେଶ୍ୱରଙ୍କ ସେବାୟତମାନେ ସମ୍ମିଳିତ ଭାବେ ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ପୂରଣ ହେବ ଶ୍ରଦ୍ଧାଳୁ ଆଉ ସେବାୟତଙ୍କ ଦେବନୀତି ଦର୍ଶନର ଉତ୍କଣ୍ଠା । ଏନେଇ ଗୁରୁବାର ସ୍ୱତନ୍ତ୍ର ସର୍କିଟ ହାଉସଠାରେ ଖୋର୍ଦ୍ଧା ଜିଲ୍ଲାପାଳ ଅମୃତ ଋତୁରାଜଙ୍କ ଅଧ୍ୟକ୍ଷତାରେ କପିଳେଶ୍ୱର ମନ୍ଦିର ଟ୍ରଷ୍ଟବୋର୍ଡ ବୈଠକ ହୋଇଥିଲା ।

ବୈଠକରେ ନିଷ୍ପତ୍ତି ହୋଇଛି ଯେ, ଏଥିରେ ମୁଖ୍ୟତଃ ଶ୍ରୀଲିଙ୍ଗରାଜ କିପରି ହାଣ୍ଡିଭଙ୍ଗା ଯାତ ପାଇଁ କପିଳେଶ୍ୱରଙ୍କ ମନ୍ଦିର ବିଜେ କରିବେ ଓ ସମ୍ପୂର୍ଣ୍ଣ ପୂଜାନୀତି ସମନ୍ୱୟ ରକ୍ଷା ପୂର୍ବକ ସମାପନ ହେବ ଆଲୋଚନା ହୋଇଥିଲା । ଆସନ୍ତା ଶନିବାର ଏକାଠି ହେବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ, ବାସୁଦେବ, ମା’ପାର୍ବତୀ, କପିଳେଶ୍ୱର ଓ ଶନିଶ୍ୱର ।

କପିଳେଶ୍ୱରଙ୍କ ଖୁଣ୍ଟିଆ ଓ ମଲିଆ ସେବାୟତଙ୍କ ସେବାସ୍ୱତ୍ତ୍ୱ ଚୁଡାନ୍ତ କରିବାକୁ ୩ ଜଣିଆ ନ୍ୟାୟିକ କମିଟି ଗଠନ ହେବ । ହାଣ୍ଡିଭଙ୍ଗା ଯାତ ଲାଗି ଏକ ଅନ୍ତରୀଣ ସେବା ପୂଜା ତାଲିକା କରାଯାଇଛି । ସେବାୟତମାନେ ଶନିବାର ଭୋର ୪ଟାରେ ମନ୍ଦିରରେ ପହଞ୍ଚି ମଙ୍ଗଳ ଆଳତୀ କରିବେ । ଠାକୁରଙ୍କ ଦିନ ତମାମର ୪ ବେଳା ପାଇଁ କୋଠ ବ୍ୟଞ୍ଜନାଦି ପ୍ରସ୍ତୁତି ଓ ସମର୍ପଣ କରିବେ ।

Leave A Reply

Your email address will not be published.