Latest Odisha News

BREAKING NEWS

୨୦୨୬-୨୭ ଆଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପିତ, ଗତ ବର୍ଷ ତୁଳନାରେ ୬.୯ ପ୍ରତିଶତ ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆଥିକ ବର୍ଷ ପାଇଁ ବଜେଟ୍‌ ଉପସ୍ଥାପନ କରିଛନ୍ତି । ମୋଟ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଗତବର୍ଷ ତୁଳନାରେ ୬.୯ ପ୍ରତିଶତ ବୃଦ୍ଧି ହୋଇଛି ।

ବଜେଟ୍‌ ରେ ମାଣ୍ଡିଆ ଭଳି ଜଳବାୟୁ ସହନଶୀଳ ଏବଂ ପୁଷ୍ଟିକର ଶସ୍ୟକୁ ପୁନର୍ଜୀବିତ କରି ପୁଷ୍ଟିକର ଖାଦ୍ୟ ସୁରକ୍ଷା ଯୋଗାଇବା ପାଇଁ ‘ଶ୍ରୀ ଅନ୍ନ ଅଭିଯାନ’ ପାଇଁ ୨୦୨୬-୨୬ ଆର୍ଥିକ ବର୍ଷରେ ୪ ଶହ କୋଟି ଟଙ୍କାର ବ୍ୟବସ୍ଥା ରହିଛି ।

ସ୍ୱଦେଶୀ ପ୍ରଜାତିର ଧାନକୁ ପ୍ରୋତ୍ସାହନ ଏବଂ ଅମଳ ପରବର୍ତ୍ତୀ ଧାନ ପଡ଼ିଆର ବ୍ୟାପକ ପରିଚାଳନା ଆଦି ପଦକ୍ଷେପ ପାଇଁ ୨୦୨୬-୨୭ ଆର୍ଥିକ ବର୍ଷରେ ମୋଟ ୪ ଶହ ୬୯ କୋଟି ଟଙ୍କାର ବ୍ୟୟ ବରାଦ ରହିଛି ।

ପ୍ରଶାସନିକ ଖର୍ଚ୍ଚ ପାଇଁ ୧ ଲକ୍ଷ ୧୪ ହଜାର କୋଟି ଟଙ୍କା ବ୍ୟବସ୍ଥା ହୋଇଛି । ପଞ୍ଚାୟତିରାଜ ବିଭାଗ ପାଇଁ ୩୪ ହଜାର ୧୧୪.୧୪ କୋଟି ଏବଂ ୧୦୦ଟି ମଡେଲ ମଣ୍ଡି ପାଇଁ ବ୍ୟବସ୍ଥା ହୋଇଛି ।

ବଜେଟରେ ସୁଭଦ୍ରା ସୁରକ୍ଷା ଯୋଜନାକୁ ମଧ୍ୟ ଗୁରୁତ୍ତ୍ୱ ଦିଆଯାଇଛି । ଏହି ଯୋଜନା ପାଇଁ ୧୧୭ କୋଟି ଟଙ୍କାର ପ୍ରସ୍ତାବ ରହିଛି ।

ଶ୍ରୀଜଗନ୍ନାଥ ସଂଗ୍ରହାଳୟ ଓ ଲାଇବ୍ରେରୀ କେନ୍ଦ୍ର ପାଇଁ ୧ ହଜାର କୋଟି, ଶ୍ରୀଜଗନ୍ନାଥ ମନ୍ଦିର ପାଇଁ ‘ସମର୍ପଣ’ ନାଁରେ ଅନଲାଇନ୍ ଡିଜିଟାଲ ହୁଣ୍ଡି, ରତ୍ନଭଣ୍ଡାର ଗଣତିମଣତି ପାଇଁ ୫ କୋଟି ଟଙ୍କା ପ୍ରସ୍ତାବ ହୋଇଛି । ରାଜ୍ୟ AI ମିଶନ ପାଇଁ ୨୩ କୋଟି ଓ ଟୁରିଜିମ୍ ଲ୍ୟାଣ୍ଡ ବ୍ୟାଙ୍କ ସ୍କିମ୍ ବାବଦକୁ ୧୫୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି ।

ବଜେଟରେ VB-G RAM G ପାଇଁ ୫୫୭୫ କୋଟି ଟଙ୍କା, ସମୃଦ୍ଧ ଅଙ୍ଗନବାଡ଼ି ଯୋଜନା ପାଇଁ ୬୩୫ କୋଟି-୧୦୦ ସ୍ମାର୍ଟ ଫାର୍ମ ମାର୍କେଟ (ମଡେଲ୍ ମଣ୍ଡି) ପାଇଁ ୧୦୦ କୋଟି, ବିଶ୍ବର ବୃହତ ଶସ୍ୟ ଷ୍ଟୋରେଜ୍ ଯୋଜନା ପାଇଁ ୨୪୦ କୋଟି, ରେୟାର ଆର୍ଥ କରିଡର୍ ପାଇଁ ୧୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି ।

Leave A Reply

Your email address will not be published.