ଭୁବନେଶ୍ୱର: ବିଧାନସଭାରେ ୨୦୨୬-୨୭ ବର୍ଷ ପାଇଁ ଉପସ୍ଥାପିତ ବଜେଟରେ ଶ୍ରୀମନ୍ଦିର ଏବଂ ଜଗନ୍ନାଥପ୍ରେମୀଙ୍କ ପାଇଁ ବଜେଟରେ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ମାଝୀ । ଶ୍ରୀଜଗନ୍ନାଥ ସଂଗ୍ରହାଳୟ ଓ ଲାଇବ୍ରେରୀ କେନ୍ଦ୍ର ପାଇଁ ୧ ହଜାର କୋଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଶ୍ରୀଜଗନ୍ନାଥ ମନ୍ଦିର ପାଇଁ ‘ସମର୍ପଣ’ ନାଁରେ ଅନଲାଇନ ଡିଜିଟାଲ ହୁଣ୍ଡି କରାଯିବ ।
ରତ୍ନଭଣ୍ଡାର ଖୋଲିବା ପାଇଁ ୫ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ପାଇଁ ୩୦ କୋଟି ଟଙ୍କା ଖର୍ଚ୍ଚ କରାଯିବ । ସେହିପରି ଶ୍ରୀଅନ୍ନ ଯୋଜନା ପାଇଁ ୪୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ମୋଟ ୩.୧୦ ଲକ୍ଷ କୋଟିର ବଜେଟରେ ୧,୮୦,୦୦୦ କୋଟି ଟଙ୍କା କାର୍ଯ୍ୟକ୍ରମ ବ୍ୟୟ ପାଇଁ ରଖାଯାଇଛି ।
ତେବେ ଶୁକ୍ରବାର ଉପସ୍ଥାପିତ ବଜେଟରେ ୩ ଲକ୍ଷ ୧୦ ହଜାର କୋଟିର ବଜେଟ୍ ଉପସ୍ଥାପନ ହୋଇଛି । ଯେଉଁଥିରେ ୧୬ଟି ନୂଆ ପଦକ୍ଷେପ ମଧ୍ୟ ରହିଛି । ଗତବର୍ଷ ତୁଳନାରେ ୬.୯ ପ୍ରତିଶତ ବୃଦ୍ଧି ହୋଇଛି ।