Latest Odisha News

BREAKING NEWS

ଝାରସୁଗୁଡା: ଜେଲରେ କଏଦୀଙ୍କ ଅସ୍ୱାଭାବିକ ମୃତ୍ୟୁ

ଝାରସୁଗୁଡା : ଝାରସୁଗୁଡା ଜେଲରେ ଆଜି ସକାଳେ ଜଣେ ବିଚାରଧିନ କଏଦୀଙ୍କର ଅସ୍ୱାଭାବିକ ଭାବେ ମୃତ୍ୟୁ ଘଟିଛି ।

ମୃତ କଏଦୀଙ୍କ ନାମ ବିନୋଦ କିସାନ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ଝାରସୁଗୁଡା ଜିଲ୍ଲାର ବିନୋଦ କିସାନ(୩୪) ଏକ ନରହତ୍ୟା ମାମଲାରେ ୨୦୧୪ ମସିହା ଜୁନ୍ ୧୮ ତାରିଖରୁ ବନ୍ଦୀ ଭାବରେ ଝାରସୁଗୁଡା ଜେଲରେ ରହୁଥିଲେ । ଭାରତୀୟ ପିଙ୍ଗଳ କୋର୍ଡ ୪୯୮(ବ) ୩୦୨ଦଫାରେ ଏକ ହତ୍ୟା ଅଭିଯୋଗରେ ଅଭିଯୁକ୍ତ ହୋଇ ଜେଲରେ ରହୁଥିଲେ ।

ତେବେ ଆଜି ସକାଳେ ପ୍ରାର୍ଥନା ସଭା ପରେ ବିନୋଦ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏହାପରେ ବିନୋଦଙ୍କୁ ତୁରନ୍ତ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା ।

ଡାକ୍ତରଖାନାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ଏବଂ ପରେ ମୃତ ଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିବା ନେଇ କହିଛନ୍ତି ଜେଲ ସୁପରିଟେଣ୍ଡେଣ୍ଟ ।

Leave A Reply

Your email address will not be published.