କଟକ:ଡକାୟତି ଯୋଜନା ପଣ୍ଡ । ୬ ଡକାୟତଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ଠାରୁ ଦୁଇ ବାଇକ, ଦୁଇ ଖଣ୍ଡା , ଗୋଟିଏ ପିସ୍ତଲ, ଗୋଟିଏ ହଣ୍ଡେଲ ଥାଇ କ୍ରାଙ୍କ, ଗୋଟିଏ ପାଇପ୍ ଓ ଗୋଟିଏ ଲୁହା ରଡ ଜବତ କରାଯାଇଛି ।
ସୂଚନାନୁଯାୟୀ,ଡକାୟତମାନେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଧୀନ ଚଣ୍ଡେଶ୍ଵର-ପଡିଆ ବେଣୀପଥର ରାସ୍ତାରେ ଡକାୟତି କରିବା ପାଇଁ ଯୋଜନା କରୁଥିଲେ । ବିଶେଷ ସୂତ୍ରରୁ ଖବର ପାଇ,ଟାଙ୍ଗୀ ଥାନା ନିରୀକ୍ଷକ ରବୀନ୍ଦ୍ର ଭୁଜବଳ ନେତୃତ୍ୱରେ ପୋଲିସର ସତନ୍ତ୍ର ଟିମ ଅତର୍କିତ ଚଢାଉ କରି ୬ ଜଣ ଡକାୟତଙ୍କୁ ଧରିବାରେ ସଫଳ ହୋଇଛି । ଘଟଣାସ୍ଥଳରୁ ଦୁଇ ଜଣ ଖସି ପଳାଇ ଯାଇଥିଲେ ।
ଅଭିଯୁକ୍ତମାନେ ବାଲୁଗାଁ, ବାଣପୁର, ଗମ୍ଭାରୀମୁଣ୍ଡା ଆଞ୍ଚଳର ବୋଲି ପୋଲିସ ସୂଚନା ଦେଇଛି । ଟାଙ୍ଗୀ ପୋଲିସ ୬ ଅଭିଯୁକ୍ତଙ୍କୁ ବିଭାଗୀୟ ହାଜତକୁ ପଠାଯାଇଛି ।