Latest Odisha News

BREAKING NEWS

Ashmolean Museum: ଏହି ସ୍ୱତନ୍ତ୍ର ୫୦୦ବର୍ଷ ପୁରୁଣା ପ୍ରତିମା ଇଂଲଣ୍ଡରୁ ଫେରିଲା; ତାମିଲନାଡୁର ଏକ ମନ୍ଦିରରେ ସ୍ଥାପନ କରାଯିବ

ନୂଆଦିଲ୍ଲୀ: ୟୁକେର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଏସମୋଲିୟନ ସଂଗ୍ରହାଳୟ (Ashmolean Museum, in Oxford)୧୬ଶ ଶତାବ୍ଦୀର ଏକ ବ୍ରୋଞ୍ଜ ମୂର୍ତ୍ତି ଭାରତକୁ ଫେରାଇ ଦେଇଛି। ଏହି ମୂର୍ତ୍ତିଟି ଏବେ ତାମିଲନାଡୁର ସେହି ମନ୍ଦିରକୁ ଫେରାଇ ଦିଆଯିବ ଯେଉଁଠାରୁ ଏହା ଚୋରି ହୋଇଥିଲା। ଭାରତକୁ ଫେରସ୍ତ କରାଯାଇଥିବା ଏହି ମୂର୍ତ୍ତି ପ୍ରାୟ ୫୦୦ବର୍ଷ ପୁରୁଣା ଏବଂ ଥିରୁମାଙ୍ଗାଇ ଅଲୱରର(Thirumangai Alvar)।

ଦକ୍ଷିଣ ଭାରତୀୟ ହିନ୍ଦୁ ସନ୍ଥ ଥିରୁମାଙ୍ଗାଇ ଅଲୱରଙ୍କ ଏହି ପ୍ରତିମୂର୍ତ୍ତି ତାମିଲନାଡୁର ଥାଡିକୋମ୍ବୁ ଗ୍ରାମର ଶ୍ରୀ ସୌନ୍ଦରାରାଜା ପେରୁମାଲ ମନ୍ଦିରର ମୂଳ ଦେବତା ଥିଲେ। ଏହି ପ୍ରତିମୂର୍ତ୍ତିଟି ୫୭.୫ସେଣ୍ଟିମିଟର ଉଚ୍ଚ ଏବଂ ବ୍ରୋଞ୍ଜରେ ତିଆରି।

ଏସମୋଲିୟନ ସଂଗ୍ରହାଳୟ ଏହି ପ୍ରତିମୂର୍ତ୍ତିକୁ ୧୯୬୭ ମସିହାରେ ସୋଥେବିଜ ନିଲାମ ଗୃହରୁ ଡକ୍ଟର ଜେ.ଆର. ବେଲମୋଣ୍ଟ (୧୮୮୬-୧୯୮୧)ଙ୍କ ବ୍ୟକ୍ତିଗତ ସଂଗ୍ରହରୁ କିଣିଥିଲେ । ସେତେବେଳେ ଏହାର ଉତ୍ପତ୍ତି ସ୍ପଷ୍ଟ ନଥିଲା। ନଭେମ୍ବର ୨୦୧୯ରେ, ଜଣେ ସ୍ୱାଧୀନ ଫ୍ରାନ୍ସର ଗବେଷକ ସଂଗ୍ରହାଳୟକୁ ସୂଚନା ଦେଇଥିଲେ ଯେ ୧୯୫୭ ରେ ଉଠାଯାଇଥିବା ଏକ ଫଟୋଗ୍ରାଫରେ ଥାଡିକୋମ୍ବୁର ସୌନ୍ଦରାରାଜ ପେରୁମାଲ ମନ୍ଦିରରେ ସମାନ ପ୍ରତିମା ଉପସ୍ଥିତ ଥିଲା। ଏହି ପ୍ରକାଶ ପରେ, ସଂଗ୍ରହାଳୟ ଏକ ତଦନ୍ତ ଆରମ୍ଭ କରିଥିଲା।

ଏହି ସୂଚନା ଜଣାପଡ଼ିବା ପରେ, ସଂଗ୍ରହାଳୟ ପକ୍ଷରୁ ଭାରତୀୟ ହାଇ କମିଶନଙ୍କ ସହିତ ଯୋଗାଯୋଗ କରାଯାଇଥିଲା।

ସଂଗ୍ରହାଳୟ ଭାରତ ସରକାରଙ୍କଠାରୁ ପ୍ରତିମା ଏବଂ ମନ୍ଦିର ସମ୍ପର୍କରେ ସୂଚନା ମାଗିଥିଲା। ସୂଚନା ଆସିବା ପରେ, ଏହା ନିଶ୍ଚିତ ହୋଇଥିଲା ଯେ ପ୍ରତିମାଟି ପ୍ରକୃତରେ ତାମିଲନାଡୁର। ମଙ୍ଗଳବାର (ମାର୍ଚ୍ଚ ୪) ଲଣ୍ଡନର ଇଣ୍ଡିଆ ହାଉସରେ ଏକ ଆନୁଷ୍ଠାନିକ ସମାରୋହରେ ପ୍ରତିମାଟିକୁ ଭାରତକୁ ହସ୍ତାନ୍ତର କରାଯାଇଥିଲା।

Leave A Reply

Your email address will not be published.