କାଲିଫର୍ଣ୍ଣିଆ: ବାସ୍କେଟବଲର ମହାନ ଖେଳାଳି କୋବି ବ୍ରାୟଟ ଏବଂ ତାଙ୍କ ଝିଅଙ୍କ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ଘଟିଛି ।
ଆସନ୍ତୁ ଜାଣିବା କୋବି ବ୍ରାୟଂଟଙ୍କ ବିଷୟରେ..କାହିଁକି ସାରା ବିଶ୍ୱର କ୍ରୀଡାପ୍ରେମୀ ମର୍ମାହତ
ଏନବିଏର ଏହି ଷ୍ଟାର ଖେଳାଳିଙ୍କ ପ୍ରଶଂସକଙ୍କ ତାଲିକା ବହୁତ ଅଧିକ । ସାଧାରଣ କ୍ରୀଡାପ୍ରେମୀଙ୍କ ବ୍ୟତୀତ ଅନ୍ୟ ଖେଳର ଖେଳାଳିମାନେ ମଧ୍ୟ ତାଙ୍କୁ ଝୁରୁଛନ୍ତି ।
୪୧ ବର୍ଷୀୟ ବ୍ରାୟଂଟ ମହାନ ଖେଳାଳି ଜେଲିୟନ ବ୍ରାୟଂଟଙ୍କ ପୁତ୍ର ।
୧୯୭୮ରେ ଫିଲହେଲଫିଆରେ ସେ ଜନ୍ମ ଗ୍ରହଣ କରିଥିଲେ । ବ୍ରାୟଂଟ ଓ ଶାକିଲ ଓ ନୀଲଙ୍କ ଉପସ୍ଥିତି ଲେକର୍ସ ଟିମକୁ
୨୦୦୦, ୨୦୦୧, ୨୦୦୨ରେ ଲଗାତର ଦଳକୁ ବିଜୟୀ କରାଇଥିଲା । ମାତ୍ର ୨୩ ବର୍ଷ ବୟସରେ ସେ କ୍ରମାଗତ ୩ ଟାଇଟଲ ଜିତିବା ଟିମରେ ରହି ପ୍ରତିଭାବାନ୍ ଯୁବ ଖେଳାଳି ପାଲଟି ଯାଇଥିଲେ ।
ଏହା ପରେ ବ୍ରାୟଂଟଙ୍କ ନେତୃତ୍ୱରେ ଆମେରିକା ୨୦୦୮ ଓ ୨୦୧୨ ଅଲିମ୍ପିକ୍ସରେ ସ୍ୱର୍ଣ୍ଣପଦକ ଜିତିଥିଲେ । କ୍ୟାରିୟରରେ ସେ ୩୩,୬୪୩ ପଏ ହାସଲ କରିଥିଲେ ।
୧୮ ଥର ଏନବିଏ ଅଲଷ୍ଟାର ପୁରସ୍କାର ସେ ଜିତିଛନ୍ତି । ବ୍ରାୟଂଟଙ୍କ ୮ ବର୍ଷୀୟ ଝିଅ ମଧ୍ୟ ଚମତ୍କାର ବାସ୍କେଟବଲ ଖେଳିବା ଆରମ୍ଭ କରି ଦେଇଥିଲା ।
ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ସମେତ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା, ଅଭିନେତା ବିନ ଡିଜେଲ, ଜଷ୍ଟିନ ବିବର,ବଲିଉଡ ଷ୍ଟାର ରଣବୀର ସିଂ ଦୁଃଖ ପ୍ରକାଶ କରି ଟୁଇଟ କରିଛନ୍ତି ।