ଭୁବନେଶ୍ଵର: ବରିଷ୍ଠ ସାମ୍ବାଦିକ ଆଶୁତୋଷ ମିଶ୍ରଙ୍କର ପରଲୋକ ଘଟିଛି । ହୃଦଘାତ କାରଣରୁ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି । ଆଶୁତୋଷ ମିଶ୍ରଙ୍କ ଦେହାନ୍ତରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମ୍ବାଦିକ ଆଶୁତୋଷ ମିଶ୍ରଙ୍କର ଫଟୋ ଏକ୍ସ ରେ ସେୟାର କରି ଶୋକ ପ୍ରକାଶ କରି କରିଛନ୍ତି । ସେ ଲେଖିଛନ୍ତି ଯେ, ତାଙ୍କର ବିୟୋଗ ଓଡ଼ିଶାର ସାମ୍ବାଦିକତା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି । ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୁଁ ସମବେଦନା ଜଣାଉଛି । ମହାପ୍ରଭୁଙ୍କ ନିକଟରେ ଦିବଙ୍ଗତ ଆତ୍ମାର ସଦ୍ଗତି କାମନା କରୁଛି । ସେପଟେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ଶୋକ ପ୍ରକାଶ କରିଛନ୍ତି ।
