Latest Odisha News

BREAKING NEWS

Cyber Fraud: ଦୁଇ ବର୍ଷରେ ସାଇବର ଠକ ଲୁଟିଛନ୍ତି ୭୧୧ କୋଟି; ରିକଭରି ମାତ୍ର ୭ କୋଟି

ଭୁବନେଶ୍ବର:ରାଜ୍ୟରେ ବିଗତ ଦୁଇ ବର୍ଷରେ ୭୧୧ କୋଟି ଟଙ୍କା ଲୁଟି ନେଲେଣି ସାଇବର ଠକ । କିନ୍ତୁ ସାଇବର ଠକଙ୍କ ଠାରୁ ଫେରିଛି ମାତ୍ର ୭ କୋଟି ଟଙ୍କା । ବିଧାନସଭାରେ ଏନେଇ ଲିଖିତ ଭାବେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ବିଧାନସଭାର ତଥ୍ୟ କହୁଛି ୨୦୨୪ରେ ୨୭ ହଜାର ୩୬୮ ଟି ମାମଲା ରୁଜୁ ହେଉଥିବା ବେଳେ, ୨୭୯ କୋଟି ୭୧ ଲକ୍ଷ ୨୯ ହାଜର ୬୬୨ ଟଙ୍କା ଠକେଇ ହେଇଛି । ସେଥିମଧ୍ୟରୁ ମାତ୍ର ୨ କୋଟି ୪୭ ଲକ୍ଷ ୮୭ ହଜାର ୨୬୮ ଟଙ୍କା ରିକଭରି ହୋଇଛି। ଫ୍ରିଜ ହୋଇଛି ୨୩ କୋଟି ୬୪ ଲକ୍ଷ ୩୦ ହଜାର ୭୬୮ ଟଙ୍କା ।

ସେହିପରି ୨୦୨୫ ରେ ୪୯ ହଜାର ୪୨୬ ମାମଲା ରୁଜୁ ହେଇଥିବା ବେଳେ, ୪୩୨ କୋଟି, ୨୮ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ସାଇବର ଠକ। ମାତ୍ର ୫ କୋଟି ୩୧ ଲକ୍ଷ, ୪୫ ହଜାର ୮୮୬ ଟଙ୍କା ଫେରିଛି । ଫ୍ରିଜ ହୋଇଛି ୬୮ କୋଟି ୭୧ ଲକ୍ଷ ଟଙ୍କା ।

ଏପଟେ ଓଡିଶା ସରକାରଙ୍କ ବିଭିନ୍ନ ୱେବସାଇଟ ଉପରେ ହୋଇଛି ୭୦୦୫ ଥର ସାଇବର ଆଟାକ । ସାଇବର ସିକୁରିଟି ଅପରେସନ ସେଣ୍ଟର ଏହି ସମସ୍ତ ଆକ୍ରମଣକୁ ପ୍ରତିହତ କରିବାରେ ସକ୍ଷମ ହୋଇଛି । ଏହାର ପରିଣାମ ସ୍ବରୂପ ଡାଟା ସେଣ୍ଟରରେ ହୋଷ୍ଟ ହୋଇଥିବା ସରକାରୀ ସଂସ୍ଥାର ୱେବସାଇଟ ସାଇବର ଆକ୍ରମଣର ଶିକାର ହୋଇନାହିଁ । ସୂଚନାମୁତାବକ, ଏହି ସାଇବର ଆକ୍ରମଣଗୁଡ଼ିକ ଋଷ, ଚୀନ, ଉତ୍ତର କୋରିଆ, ଇରାନ,ନାଇଜେରିଆ ଓ ରୋମାନିଆ ଭଳି ଦେଶମାନଙ୍କରୁ ଆସିଥିଲା ।

ଜୁନ ୨୦୨୪ରୁ ଡିସେମ୍ବର ୨୦୨୫ ମଧ୍ୟରେ ଆର୍ଥିକ ଠକେଇ ସମ୍ପର୍କିତ ୨୪୮୨ ଟି ମାମଲା ହୋଇଛି , ଏଥିରେ ୧୭୨ ଜଣ ଗିରଫ ହୋଇଛନ୍ତି । ସାମାଜିକ ଗଣମାଧ୍ୟମ ଜରିଆରେ ଠକେଇ ଜନିତ ୧୬୮୯ ଟି ମାମଲା ରୁଜୁ ହୋଇଥିବା ବେଳେ ୬୩୮ ଜଣ ଗିରଫ ହୋଇଛନ୍ତି । ହ୍ୟାକ କରି ଠକେଇ ଅଭିଯୋଗ ୧୪ ଟି ଥିବାବେଳେ ଜଣେ ଗିରଫ ହୋଇଛନ୍ତି । ସେହିପରି ଅନ୍ୟାନ୍ୟ ଠକେଇ ସମ୍ପର୍କିତ ୫୩ ଅଭିଯୋଗରେ ୫୭ ଜଣ ଗିରଫ ହୋଇଛନ୍ତି ।

Leave A Reply

Your email address will not be published.