କଟକ: ରାଜ୍ୟସଭା ନିର୍ବାଚନ ଆଗରୁ ଖୋଲା ଅସନ୍ତୋଷ ଝାଡିଛନ୍ତି କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ୍ । ବିଜେଡି ସହ ବୁଝାମଣାକୁ ନେଇ ବିଷୋଦଗାର କରିଛନ୍ତି ସେ । ରାଜ୍ୟସଭା ପାଇଁ ପ୍ରାର୍ଥୀ ଚୟନ ପୂର୍ବରୁ କାହାସହ ଆଲୋଚନା ହୋଇନି । ବିଧାୟକମାନଙ୍କ ସହ ଆଲୋଚନା ହୋଇଥିଲେ ଭଲ ହୋଇଥାନ୍ତା ।
ନୂଆପଡା ଉପନର୍ବାଚନରେ ମୋତେ ଡକାଯାଇନଥିଲା ଏହା ସହ ମୋ ନିର୍ବାଚନ ମଣ୍ଡଳୀରେ କାହାକୁ ଯୋଡିଲେ ସେକଥା ମଧ୍ୟ ମୋତେ ଜଣାଇନାହାଁନ୍ତି । ବିଜେଡିର ପ୍ରାର୍ଥୀ ଘୋଷଣା ପରେ କଂଗ୍ରେସର ସମର୍ଥନକୁ ନେଇ ପ୍ରଶ୍ନ କରିଛନ୍ତି ସୋଫିଆ । ସମର୍ଥନ ଦେବା ନେଇ ଆମ ସହ ପରାମର୍ଶ କରାଯାଇନାହିଁ ।
ରାଜ୍ୟରେ ଯଦି କଂଗ୍ରେସର ସ୍ଥିତି ଏପରି ହୋଇଛି ସେଥିପାଇଁ କେବଳ ବିଜେଡି ଦାୟୀ । ବିଜେଡି ସବୁବେଳେ ବିଜେପି ସହ ମିଶିକି ରହି ଆସିଛି । ଦୁଇ ଦଳର ମୁଖ୍ୟ ଏକାଠି ସ୍ୱାଧୀନ ପ୍ରାର୍ଥୀ ଘୋଷଣା କରିଥିଲେ ଇଜ୍ଜତ ରହିଥାନ୍ତା ବୋଲି ସୋଫିଆ କହିଛନ୍ତି । ଏହା ସହ ଯଦି ରାଜ୍ୟସଭା ଭୋଟ କଥା ପଡେ ତେବେ ବ୍ୟକ୍ତିଗତ ହିସାବରେ ଯିଏ ଯାହାର ଭୋଟ ଦେବ । ମୁଁ ମଧ୍ୟ ନିଶ୍ଚୟ ଭୋଟ ଦେବି ଏହା ମୋର ଅଧିକାର ବୋଲି ସୋଫିଆ ଫିର୍ଦ୍ଦୋଶ କହିଛନ୍ତି ।