Latest Odisha News

BREAKING NEWS

ରାଜଧାନୀରେ ଜମୁଛି ଆଦିବାସୀ ମେଳାର ସମ୍ଭାର

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ଇଡକଲ ପ୍ରଦର୍ଶନୀ ପଡିଆରେ ଚଳିତ ବର୍ଷ ଆଦିବାସୀ ମେଳା ଅନୁଷ୍ଠିତ ହୋଇଛି ।

ଆଦିବାସୀ ସମ୍ପ୍ରଦାୟର କଳା ସଂସ୍କୃତି ଜୀବନ ଧାରଣର ଶୈଳୀ ଚିତ୍ରକଳା ଓ ସ୍ଥାପତ୍ୟକୁ ପ୍ରଦର୍ଶନ କରିବା ସହିତ ବିଭିନ୍ନ ଜଙ୍ଗଲ ଜାତ ଦ୍ରବ୍ୟ ଓ ଆଦିବାସୀଙ୍କ ସାମଗ୍ରୀ ବିକ୍ରୀ କରିବା ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ ।

ଜାନୁଆରୀ ୨୬ ତାରିଖରୁ ଆରମ୍ଭ ହୋଇଥିବା ଏହି ମେଳା ଫେବୃୟାରୀ ୯ ତାରିଖ ଯାଏଁ ଚାଲିବ।

ରାଜଧାନୀରେ ଦୀର୍ଘ ୧୪ ଦିନ ଧରି ଅନୁଷ୍ଠିତ ହେଉଥିବା ଏହି ରାଜ୍ୟସ୍ତରୀୟ ମେଳାରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ କଡା ନିରାପତ୍ତା ବ୍ୟବସ୍ଥା ବହନ କରାଯାଇଛି । ଏଥିସହିତ ଯାତ୍ରୀମାନଙ୍କ ସୁବିଧା ଲାଗି ପୋଲିସ କର୍ମଚାରୀମାନେ ନିୟୋଜିତ ରହିଛନ୍ତି ଏବଂ ସନ୍ଧ୍ୟା ସମୟରେ ଭିଡକୁ ଦୃଷ୍ଟିରେ ରଖି ରାମମନ୍ଦିର ଛକ ସମେତ ଅନ୍ୟ ଛକ ଗୁଡିକରେ ଟ୍ରାଫିକ୍ ବ୍ୟବସ୍ଥା ନିୟନ୍ତ୍ରଣ କରାଯାଇଛି ।

ଆହୁରି ମଧ୍ୟ ଆଦିବାସୀ ବ୍ୟବସାୟୀ ତଥା ବିଭିନ୍ନ ଏଏସଏସଜି ଗ୍ରୁପ ମାନଙ୍କ ଦ୍ୱାରା ନିର୍ମିତ ବିଭିନ୍ନ ମସଲା, ଖାଦ୍ୟ ପଦାର୍ଥ ଓ ଆଚାର ଷ୍ଟଲ ନିକଟରେ ମଧ୍ୟ ଦର୍ଶକମାନଙ୍କ ଭିଡ ଜମୁଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.