Latest Odisha News

BREAKING NEWS

ସମସ୍ୟା ପାଇଁ ଆସିଥିଲେ ଉଠାଇ ନେଲା ପୋଲିସ

ନୂଆପଡା: ସମସ୍ୟା ସମାଧାନ ଆଶାରେ ଆସିଥିଲେ । ସମସ୍ୟା ତ ସମାଧାନ ହେଲାନି ଓଲଟା ପୋଲିସ ଉଠାଇନେଇଛି । ନୂଆପଡା ଜିଲ୍ଲା ଖଡିଆଳ ବ୍ଲକରେ ଏଭଳି ଘଟଣା ଘଟିଛି । ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରକୁ ମାଣ୍ଡୋସିଲ ପଞ୍ଚାୟତର ସତ୍ୟବାନ ଦଣ୍ଡସେନା ନାମକ ଜଣେ ବ୍ୟକ୍ତି ଯାଇଥିଲେ । ସେଠାରେ ନିଜ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ଗୁହାରି କରିଥିଲେ । ସମସ୍ୟାର ସମାଧାନ ହେବା ତ ଦୂରର କଥା ଓଲଟା ପୋଲିସ ତାଙ୍କୁ ଉଠାଇ ନେଇଛି ।

ନିଜ ଚାକିରି ଫେରାଇ ଦେବା ପାଇଁ ସେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଅଭିଯୋଗ କରିଥିଲେ । ତାଙ୍କ କହିବାନୁସାରେ ୨୦୧୬-୧୭ ମସିହାରେ ମାଣ୍ଡୋସିଲ ପଂଚାୟତ ଗଠନ ହୋଇଥିଲା । ସେଠାରେ ରାଧେଶ୍ୟାମ ରଣା ବିଜୟୀ ହୋଇ ସରପଞ୍ଚ ହୋଇଥିଲେ । ସେହି ସମୟରେ ପ୍ରସ୍ତାବ ଅନୁସାରେ ସତ୍ୟବାନ ଯୋଗାଣ ସହାୟକ ଭାବେ ନିଯୁକ୍ତି ପାଇଥିଲେ । ହେଲେ ୨୦୨୨ରେ ସୁଭାଷିନୀ ପାନ ସରପଂଚ ହେବା ପରେ ତାଙ୍କୁ ବାହାର କରିଦେଇଥିଲେ । ସତ୍ୟବାନଙ୍କୁ ବାହାର କରାଯିବା ପରେ ସୁଭାଷିନୀଙ୍କ ସ୍ୱାମୀ ସେହି ପଦବୀରେ ରହିଥିଲେ । ଏ ବାବଦରେ ସତ୍ୟବାନ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କଲେ ମଧ୍ୟ ତାଙ୍କ କଥା କେହି ଶୁଣିନଥିବା ସେ କହିଛନ୍ତି । ସେପଟେ ଏ ବାବଦରେ ଜିଲ୍ଲାପାଳଙ୍କୁ ପଚାରିବାରୁ ସତ୍ୟବାନ ଠିକ ବ୍ୟବହାର କରୁନଥିବା ସେ କହିଛନ୍ତି ।

ଖଡିଆଳ ବ୍ଲକରେ ହୋଇଥିବା ଜନଶୁଣାଣି ବେଳେ ଜଣେ ବ୍ୟକ୍ତିଙ୍କୁ ପୋଲିସ ଉଠାଇନେବା କଥା ଚାରିଆଡେ ଚର୍ଚ୍ଚାରେ ରହିଛି । ତେବେ ଏହି ଘଟଣାରେ କିଏ ସତ କହୁଛି ତାହାର ତଦନ୍ତ ହେବା ନିହାତି ଜରୁରୀ ।

Leave A Reply

Your email address will not be published.