ଚେନ୍ନାଇ: ଆଇପିଏଲ ୨୦୨୬ରେ ସଞ୍ଜୁ ସାମସନ ଓ ବିରାଟ କୋହଲି ବଡ ଉପଲବ୍ଧି ହାସଲ କରିବାକୁ ଯାଉଛନ୍ତି । ଟି୨୦ ବିଶ୍ୱକପ ୨୦୨୬ରେ ସଞ୍ଜୁ ସାମସନ ଚମତ୍କାର ପ୍ରଦର୍ଶନ କରି ନିଜ ଦକ୍ଷତା ପ୍ରମାଣିତ କରିଛନ୍ତି । ସେ ଏବେ ବଡ ମ୍ୟାଚର ଖେଳାଳି ହୋଇଛନ୍ତି । ଆଇପିଏଲ ୨୦୨୬ରେ ମହେନ୍ଦ୍ର ସିଂ ଧୋନୀଙ୍କ ଖାସ କ୍ଲବରେ ସଞ୍ଜୁ ସାମସନ ସାମିଲ ହେବେ । ଧୋନୀଙ୍କ ପରେ ସେ ୱିକେଟକିପର ବ୍ୟାଟ୍ସମ୍ୟାନ ଭାବେ ୫୦୦୦ କିମ୍ବା ଏହାର ଉର୍ଦ୍ଧ୍ୱ ରନ ସଂଗ୍ରହ କରିବା ଖେଳାଳି ସାଜିବେ । ଏଥିପାଇଁ ସାମସନଙ୍କୁ ୨୯୬ ରନ ଆବଶ୍ୟକ । ୨୦୧୩ରୁ ୨୦୨୫ ମଧ୍ୟରେ ସାମସନ ୧୭୭ ମ୍ୟାଚରେ ୪୭୦୪ ରନ କରିଛନ୍ତି । ସେ ଏଥର ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ଖେଳିବେ ।
ସେହିପରି ବିରାଟ କୋହଲି ଏହି ସିଜନରେ ୩୩୯ ରନ କଲେ ୯୦୦୦ ରନ ମାର୍କ ପୂରଣ କରିବେ । ଏଥିରେ ସଫଳ ହେଲେ ଆଇପିଏଲ ଇତିହାସରେ ସେ ପ୍ରଥମ ଖେଳାଳି ଭାବେ ଏହି କୀର୍ତିମାନ ସ୍ଥାପନ କରିବେ । ଗତ ୩ଟି ସିଜନରେ କୋହଲି ୫୦ରୁ ଊର୍ଦ୍ଧ୍ୱ ଆଭରେଜରେ ରନ ସଂଗ୍ରହ କରିଛନ୍ତି । ୨୦୦୮ରୁ ସେ କ୍ରମାଗତ ଭାବେ ଆରସିବି ପକ୍ଷରୁ ଖେଳି ଆସୁଛନ୍ତି । ୮୦୦୦ ରନ କରିବା ଏବଂ ସର୍ବାଧିକ ଶତକ ହାସଲରେ ମଧ୍ୟ କୋହଲି ଆଗରେ ରହିଛନ୍ତି ।