Latest Odisha News

BREAKING NEWS

ମାଓ ଡମ୍ପ୍‌ ଠାବ, ଚାଲିଥିଲା ମାଓବାଦୀଙ୍କ ପାଇଁ ବନ୍ଧୁକ ତିଆରି…

କନ୍ଧମାଳ: କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀ ଗାଁ ଥାନା ଅନ୍ତର୍ଗତ କାଟିଙ୍ଗିଆ ଗ୍ରାମପଞ୍ଚାୟତର ପଣସପଦର ଗାଁରୁ ମାଓ ଡମ୍ପ୍‌ ଠାବ ହୋଇଛି । ବ୍ରାହ୍ମଣୀ ଗାଁରେ ଅବସ୍ଥାପିତ ବିଏସଏଫ୍ ୧୩୬ ବାଟାଲିୟନର ସି.କମ୍ପାନୀ ସର୍ଚ୍ଚ ଅପରେସନ କରି ବନ୍ଧୁକ ତିଆରି କାରଖାନା ଜବତ କରିବାରେ ସଫଳ ହୋଇଛି ।

ଶନିବାର ସିଆରପିଏଫ୍ ୧୨୭ ବାଟାଲିୟନ କୋଟଗଡ ପକ୍ଷରୁ କମ୍ବିଂ ଅପରେସନ ବେଳେ ମାଓ କ୍ୟାମ୍ପ ଠାବ ହୋଇଥିଲା । ଏହି କାରଖାନାରେ ମାଓବାଦୀଙ୍କ ପାଇଁ ତିଆରି ହେବାକୁ ଥିବା ସରଞ୍ଜାମ କଟର ମେସିନ, ବ୍ଲୋର, ଲୁହା ପାଇପ୍ ଆଦି ଜବତ କରିଛି l କୋଟଗଡ ସିଆରପିଏଫ ୧୨୭ ବାଟାଲିୟନ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ଜରିଆରେ ସୂଚନା ମିଳିଥିଲା ।

କୋଟଗଡ଼ ଥାନା ଅନ୍ତର୍ଗତ ପାରିଗଡ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗଙ୍ଗେରୀ ସରୁ ଜଙ୍ଗଲରେ ମାଓ କ୍ୟାମ୍ପ ଥିବା ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଥିଲା । ଏହାକୁ ଆଧାର କରି ସିଆରପିଏଫ ଓ କନ୍ଧମାଳ ଏସଓଜିର ମିଳିତ ଅପରେସନ ଅରମ୍ଭ କରିଥଲେ । ବିପୁଳ ପରିମାଣରେ ମାଓ ପୁସ୍ତିକା, ମେଡିସିନ, ସୋଲାର ପେନାଲ, ଏବଂ ମାଓବାଦୀଙ୍କ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ମିଳିଥିଲା ।

Leave A Reply

Your email address will not be published.