କନ୍ଧମାଳ: କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀରେ ୨୦୨୩ ମସିହା ଅଗଷ୍ଟ ମାସ ୧୭ ତାରିଖରୁ ଜିଲ୍ଲା ଇ- ପାଠାଗାର ସହ ସଂଲଗ୍ନ ଏଚ ଆର ଡି ସି ବିଲ୍ଡିଙ୍ଗରେ ପ୍ରତିଷ୍ଠିତ ହୋଇଛି ସିଭିଲ ସର୍ଭିସ୍ କୋଚିଂ ସେଣ୍ଟର୍ । ଓଡ଼ିଶା ଖଣି ନିଗମର ଆର୍ଥିକ ସହାୟତା ଓ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ଫୁଲବାଣୀ ଦ୍ୱାରା ପରିଚାଳିତ ହେଉଛି ଏହି କୋଚିଂ ସେଣ୍ଟର୍ । ସୋମବାର ସନ୍ଧ୍ୟାରେ କନ୍ଧମାଳ ଜିଲ୍ଲାପାଳ ବେଦଭୁଷଣ କୋଚିଂ ସେଣ୍ଟର୍ ପରିଦର୍ଶନରେ ଆସି ଛାତ୍ର ଛାତ୍ରୀଙ୍କୁ ପାଠ ପଢ଼ାଇଥିଲେ । ମୁଖ୍ୟତଃ ଚଳିତ ବର୍ଷ ଅଳ୍ପଦିନ ମଧ୍ୟରେ ହେବାକୁ ଥିବା ଭାରତୀୟ ତଥା ଓଡ଼ିଶା ପ୍ରଶାସନିକ ପ୍ରବେଶିକା ପରୀକ୍ଷା ନିମନ୍ତେ ପ୍ରସ୍ତୁତି କୌଶଳ ଓ ଟେଷ୍ଟ ସିରିଜ ନିରନ୍ତର ଅଭ୍ୟାସ ନିମନ୍ତେ ଗୁରୁତ୍ୱ ପ୍ରଦାନ କରିଥିଲେ। ପିଲାଙ୍କୁ ପ୍ରସ୍ତୁତି ସହ ବ୍ୟକ୍ତିଗତ ତ୍ରୁଟି ସଂଶୋଧନର ସୂତ୍ର ଓ ନିଜ ପରୀକ୍ଷା ସମୟର ଅଭିଜ୍ଞତା ପ୍ରଦାନ କରିଥିଲେ। ଛାତ୍ର ଛାତ୍ରୀଙ୍କ ଆକାଂକ୍ଷିତ ପ୍ରଶ୍ନର ସହଜ ସରଳ ସମାଧାନ ବତାଇଥିଲେ। ଜିଲ୍ଲାକୁ ଆସିବା ଦିନଠାରୁ ଇ – ପାଠାଗାର ଓ ସିଭିଲ ସର୍ଭିସ୍ କୋଚିଂ ସେଣ୍ଟର୍ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେଇଛନ୍ତି ଜିଲ୍ଲପାଳ ବେଦଭୂଷଣ। ବିଭିନ୍ନ ସମୟରେ ନିଜେ ଆସିବା ସହ ଜିଲ୍ଲାକୁ ଆସୁଥିବା ଉଚ୍ଚପଦସ୍ଥ ଅଧିକାରୀଙ୍କୁ ପରିଦର୍ଶନ ଓ ଛାତ୍ର ଛାତ୍ରୀଙ୍କ ସହ ପ୍ରେରଣାଦାୟୀ କ୍ଲାସ ପ୍ରଦାନରେ ଉଲ୍ଲେଖଯୋଗ୍ୟ ଭୂମିକା ସୃଷ୍ଟି କରିଛନ୍ତି। ତତ୍ସହିତ ବାଲିଗୁଡ଼ା ଉପଜିଲ୍ଲାପାଳ ପ୍ରଣିତା ଦାସ, ଆଇ ଟି ଡି ଏ ପ୍ରକଳ୍ପ ପ୍ରଶାସକ ଗଦାଧର ପାତ୍ର, ଖଜୁରୀପଡା ବ୍ଲକ୍ ଉନ୍ନୟନ ଅଧିକାରୀ ଶୁଭ ଦତ୍ତାତ୍ରେୟ ବାହିନୀପତି, ଫୁଲବାଣୀ କୃଷି ବିଭାଗ ପରିସଂଖ୍ୟାନ ସହାୟକ ଦୀପକ ରଞ୍ଜନ ପାଢ଼ୀ ନିଜ ଅବସର ସମୟରେ କୋଚିଂରେ ପାଠପଢ଼ାଇ ଯୁବପିଢ଼ିଙ୍କୁ ସାହାଯ୍ୟ ଓ ଉତ୍ସାହିତ କହିଛନ୍ତି। ଆଗାମୀ ଦିନରେ ଛାତ୍ରଛାତ୍ରୀଙ୍କୁ ଅଧିକ ସୁବିଧା ସୁଯୋଗ ସହ କ୍ୟାରିୟର କାଉନସେଲିଂ ଓ ମେଣ୍ଟରଶିପ ଶିକ୍ଷାଦାନକୁ ଗୁରୁତ୍ୱ ଦିଆଯିବ ବୋଲି ଆଇ ଟି ଡି ଏ ପ୍ରକଳ୍ପ ପ୍ରଶାସକ ଶ୍ରୀ ପାତ୍ର କହିଛନ୍ତି। ଜିଲ୍ଲା ପ୍ରଶାସନର ଅଭିନବ ପ୍ରୟାସ ଓ ନିୟମିତ ପରିଦର୍ଶନ ଅନେକ ଛାତ୍ର ଛାତ୍ରୀଙ୍କୁ ପାଠାଗାର ଓ କୋଚିଂ ପ୍ରତି ଆକୃଷ୍ଟ କରିବା ସହ ସଫଳତାର ହାରକୁ ତ୍ୱରାନ୍ୱିତ କରିପାରିଛି ବୋଲି ଇ – ପାଠାଗାର ଓ ସିଭିଲ ସର୍ଭିସ୍ କୋଚିଂ ସେଣ୍ଟର୍ ପରିଚାଳନା ଦାୟିତ୍ୱରେ ଥିବା ଶିବ ସୁନ୍ଦର ସାହୁ ମତବ୍ୟକ୍ତ କରିଛନ୍ତି।
BREAKING NEWS
- ଚଳିତ ଖରିଫ ଋତୁରେ ପଞ୍ଜୀକରଣରେ ଓଡ଼ିଶାର ସର୍ବକାଳୀନ ରେକର୍ଡ
- ଗଣେଶ ଚତୁର୍ଥୀରୁ ଅନନ୍ତ ଚତୁର୍ଦ୍ଦଶୀ: ଜାଣନ୍ତୁ ୧୦ ଦିନିଆ ଗଣପତି ପୂଜାର ସମ୍ପୂର୍ଣ୍ଣ ବିଧି ଓ ମହତ୍ତ୍ୱ
- ଦୁଗ୍ଧ ଚାଷୀଙ୍କ ପାଇଁ ଖୁସି ଖବର: କ୍ଷୀର ସଂଗ୍ରହ ମୂଲ୍ୟ ଲିଟର ପିଛା ୨ ଟଙ୍କା ବଢ଼ାଇଲା ଓମ୍ଫେଡ୍
- ପ୍ରଧାନମନ୍ତ୍ରୀଙ୍କ ମୁମ୍ବାଇ ଗସ୍ତ ବେଳେ ବଡ଼ ଧରଣର ସୁରକ୍ଷା ତ୍ରୁଟି: କାର୍ଯ୍ୟକ୍ରମ ସ୍ଥଳ ନିକଟରୁ ବନ୍ଧୁକ ସହ ୨ ଅଟକ
- ଚୀନ୍ ସହରଗୁଡ଼ିକ ଉପରେ ଘୁରି ବୁଲୁଛି ପରମାଣୁ ଆକ୍ରମଣର ବିପଦ: ସତର୍କ କରାଇଲା ସେନା, ଜାପାନକୁ କହିଲା ସବୁଠୁ ବଡ଼ ଶତ୍ରୁ
- ଦିଲ୍ଲୀ ପିଜି ଟ୍ରାଜେଡି ପରେ ରାଜ୍ୟ ସରକାରଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ: ଭଙ୍ଗାଯିବ ଅସୁରକ୍ଷିତ କୋଠା
- Sasur Murder Case: ୨୧ ଦିନରେ ୩୩୦ କଲ୍…ଚାକର ସହ ମିଶି କୋଟିପତି ଶ୍ବଶୁରକୁ ମାରିଦେଲା ବୋହୂ?
- Snehangini’s husband suspended:ସ୍ନେହାଙ୍ଗିନୀ ଛୁରିଆଙ୍କ ସ୍ୱାମୀ ଚାକିରିରୁ ସସପେଣ୍ଡ;ରାଜନୈତିକ ସମ୍ପୃକ୍ତି ଅଭିଯୋଗରେ…
- Rahul Hits Back: ମୋଦିଙ୍କୁ କଡା ଜବାବ ଦେଲେ ରାହୁଲ, କହିଲେ, ‘ଲଜ୍ଜିତ, ବଦନାମ ଓ ନିରବ କରିବାକୁ ଉଦ୍ୟମ…’
- ଓଡ଼ିଶା ପୋଲିସ ଡିଜି ନିଯୁକ୍ତି ମାମଲା: ପକ୍ଷଭୁକ୍ତ ହେଲେ ଆଇପିଏସ୍ ସୁଶାନ୍ତ ନାଥ

Comments are closed.