ନୂଆଦିଲ୍ଲୀ: ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍ (ନାଲକୋ)ର ଶ୍ରମିକ ଓ କର୍ମଚାରୀଙ୍କ ମନୋବଳ ବଢ଼ାଇବା ତଥା ସେମାନଙ୍କର କଠିନ ପରିଶ୍ରମକୁ ସମ୍ମାନ ଜଣାଇ ଚଳିତ ଆର୍ଥିକ ବର୍ଷ ପାଇଁ ‘ପ୍ରଡକ୍ସନ ଗିଫ୍ଟ’ ବା ଉତ୍ପାଦନ ପ୍ରୋତ୍ସାହନ ରାଶି ପ୍ରଦାନ କରିବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଶ୍ରୀ ଜି. କିଷାନ ରେଡ୍ଡୀଙ୍କୁ ଭେଟି ଅନୁରୋଧ କରିଛନ୍ତି ।
ଆର୍ଥିକ ବର୍ଷ ୨୦୨୪-୨୫ ରେ ନାଲକୋ ୭,୧୩୫ କୋଟି ଟଙ୍କାର ରେକର୍ଡ ଲାଭ (ପିବିଟି) ହାସଲ କରିଛି, ଯାହା କମ୍ପାନୀର ଦକ୍ଷତାକୁ ପ୍ରମାଣିତ କରୁଛି । ଏହି ସଫଳତା ପଛରେ କମ୍ପାନୀର ପ୍ରତ୍ୟେକ ଶ୍ରମିକ ଓ କର୍ମଚାରୀଙ୍କ ନିରନ୍ତର ପ୍ରୟାସ ଏବଂ ନିଷ୍ଠା ରହିଛି ବୋଲି ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି । ନାଲକୋର ଭାରତୀୟ ମଜଦୁର୍ ସଂଘ(ବିଏମସି) ସମନ୍ୱୟ କମିଟିର ପ୍ରସ୍ତାବ ଆଧାରରେ ସମୁଦାୟ ଲାଭର କିଛି ଅଂଶକୁ ‘ପ୍ରଡକ୍ସନ ଗିଫ୍ଟ’ ଭାବେ କର୍ମଚାରୀଙ୍କୁ ପ୍ରଦାନ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି ।
ପୂର୍ବରୁ ଆର୍ଥିକ ବର୍ଷ ୨୦୨୧-୨୨ରେ ମଧ୍ୟ ସମାନ ଭାବେ କର୍ମଚାରୀଙ୍କୁ ଏହି ସୁବିଧା ପ୍ରଦାନ କରାଯାଇଥିଲା, ଯାହା ଶ୍ରମିକମାନଙ୍କ ମଧ୍ୟରେ ଉତ୍ସାହ ଓ ଉନ୍ମାଦନା ସୃଷ୍ଟି କରିଥିଲା । ଏହି ପଦକ୍ଷେପ ଦ୍ବାରା କର୍ମଚାରୀମାନେ କାମ କରିବା ପାଇଁ ଅଧିକ ପ୍ରୋତ୍ସାହିତ ହେବେ । ସେମାନଙ୍କର ମନୋବଳ ବୃଦ୍ଧି ହେବ । ଫଳସ୍ବରୂପ ଆଗାମୀ ଦିନରେ କମ୍ପାନୀର ଉତ୍ପାଦନ କ୍ଷମତା ଓ ଲାଭ ବୃଦ୍ଧି କରିବାରେ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ ଆଶା ପ୍ରକଟ କରିଛନ୍ତି । ଅନୁଷ୍ଠାନିକ ଉତ୍କର୍ଷତା ଏବଂ ଶ୍ରମିକ କଲ୍ୟାଣକୁ ଦୃଷ୍ଟିରେ ରଖ୍ ଏହି ପ୍ରସ୍ତାବ ଉପରେ ସହୃଦୟତାର ସହ ବିଚାର କରିବାକୁ ଶ୍ରୀ ପ୍ରଧାନ କେନ୍ଦ୍ର ଖଣି ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।
ଏହି ସାକ୍ଷାତ୍ ସମୟରେ ଢେଙ୍କାନାଳ ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣି, ମୟୂରଭଞ୍ଜ ସାଂସଦ ଶ୍ରୀ ନବ ଚରଣ ମାଝି, ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ଏବଂ ବିଏମଏସି ସମନ୍ବୟ କମିଟିର ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ ।
BREAKING NEWS
- ୪୫ କେଜି ବାରାହ ମାଂସ ଜବତ, ୭ ଶିକାରୀ ଗିରଫ
- The Bengal Files in West Bengal:ଏହି ଦିନ’ଦ ବେଙ୍ଗଲ ଫାଇଲ୍ସ’ ପଶ୍ଚିମବଙ୍ଗରେ ହେବ ରିଲିଜ୍; ମମତାଙ୍କ ସରକାର କରିଥିଲେ ବିରୋଧ
- ଶୁଭେନ୍ଦୁଙ୍କ ଶପଥ ଗ୍ରହଣ ପରେ ପରାଜୟ ସ୍ୱୀକାର କଲେ କି ମମତା? ଏକ୍ସ (X) ବାୟୋ ବଦଳାଇ ଦେଲେ ବଡ଼ ସଂକେତ
- Modi bowing down: ଆଜିଠୁ ବଙ୍ଗ ବିଜେପି ଗଡ, ଆଣ୍ଠୁ ମାଡି ବଙ୍ଗବାସୀଙ୍କୁ ମୁଣ୍ଡିଆ ମାରିଲେ ମୋଦି
- ବାଲିଅନ୍ତା ସୌମ୍ୟ ହତ୍ୟା ଘଟଣାରେ ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯିବ: ଆଇନ ମନ୍ତ୍ରୀ
- ନବୀନ ନିବାସ ସାମ୍ନାରୁ ହଟିବ ସୁରକ୍ଷା ବ୍ୟାରିକେଡ୍!
- ଶେଷରେ ସତ ମାନିଲା ଚୀନ୍, ଅପରେସନ୍ ସିନ୍ଦୂର ସମୟରେ ପାକିସ୍ତାନକୁ କରିଥିଲା ସାହାଯ୍ୟ
- ଶୁଭେନ୍ଦୁ ଅଧିକାରୀଙ୍କ ସହ ମନ୍ତ୍ରୀ ଭାବେ ଶପଥ ନେଇଥିବା ଖୁଦିରାମ ଟୁଡୁ କିଏ, ପଶ୍ଚିମବଙ୍ଗ ରାଜନୀତିରେ ତାଙ୍କର ମହତ୍ତ୍ବ କେତେ ?
- Suvendu Adhikari Takes Oath: ବଙ୍ଗଳାରେ ବିଜେପିର ପ୍ରଥମ ସରକାର, ଶପଥ ନେଲେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସହ ୫ କ୍ୟାବିନେଟ୍ ମନ୍ତ୍ରୀ
- ଢେଙ୍କାନାଳରେ ହାଇଡ୍ରାମା; ଟାୱାର ଉପରେ ଚଢ଼ିଲେ ପୂର୍ବତନ ଓଏସଏପି କନଷ୍ଟେବଳ
Comments are closed.