ଭୁବନେଶ୍ୱର: କୃଷକମାନଙ୍କ ଉତ୍ପାଦ ପାଇଁ ସୁନିଶ୍ଚିତ ବଜାର ସଂଯୋଗ ସୃଷ୍ଟି କରିବା ଓ ନ୍ୟାୟସଙ୍ଗତ ମୂଲ୍ୟ ଯୋଗାଇବା ଉଦ୍ଦେଶ୍ୟରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନସ୍ଥ ଓଡିଶା ଗ୍ରାମ୍ୟ ଉନ୍ନୟନ ଓ ବିପଣନ ସମିତି (ଓରମାସ) ପକ୍ଷରୁ ଏକ ବିଶେଷ ବଜାର ସଂଯୋଗ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ପରିପେକ୍ଷୀରେ ସ୍ୱୟଂସହାୟକ ଗୋଷ୍ଠୀ ଓ କୃଷକ ଉତ୍ପାଦକ ସଂଗଠନ ମାଧ୍ୟମରେ ଗଞ୍ଜାମ, କଟକ, ଅନୁଗୁଳ, ଝାରସୁଗୁଡ଼ା ଓ ଜଗତସିଂହପୁର ଜିଲ୍ଲାରୁ ଟମାଟୋ ସଂଗ୍ରହ କରାଯାଉଛି।
୨୪ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ଏହି ପଦକ୍ଷେପ ଅନ୍ତର୍ଗତ ମୋଟ ୧୨୮.୩୦ ମେଟ୍ରିକ ଟନ ଟମାଟୋ ସଂଗ୍ରହ ହୋଇଛି। ଏଥିରେ କଟକ ଜିଲ୍ଲାରୁ ୫୩.୦୦ ମେଟ୍ରିକ ଟନ, ଗଞ୍ଜାମରୁ ୩୩.୮୦ ମେଟ୍ରିକ ଟନ, ଅନୁଗୁଳରୁ ୨୦.୦୦ ମେଟ୍ରିକ ଟନ ଓ ଝାରସୁଗୁଡ଼ାରୁ ୧୮.୦୦ ମେଟ୍ରିକ ଟନ ଟମାଟୋ ଭାରତ ମସଲା ଦ୍ୱାରା କ୍ରୟ କରାଯାଇଛି। ଏହା ସହିତ ଜଗତସିଂହପୁର ଜିଲ୍ଲାରୁ ୩.୫୦ ମେଟ୍ରିକ ଟନ ଟମାଟୋ ମଧ୍ୟ ଭାରତ ମସଲାକୁ ପଠାଯାଇଛି।
ଏହି ପଦକ୍ଷେପ ମାଧ୍ୟମରେ ଉକ୍ତ ପାଞ୍ଚଟି ଜିଲ୍ଲାର ଅନେକ କୃଷକ ସିଧାସଳଖ ଭାବରେ ଲାଭାନ୍ବିତ ହେଉଛନ୍ତି। ଓରମାସର ଏହି ବଜାର ସଂଯୋଗ ଉଦ୍ୟମ ମାଧ୍ୟମରେ କୃଷକମାନଙ୍କ ଉତ୍ପାଦ ପାଇଁ ସୁନିଶ୍ଚିତ ବିପଣନ ସୁଯୋଗ ସୃଷ୍ଟି ହେବା ସହ ଗ୍ରାମୀଣ ଅର୍ଥନୀତିକୁ ଆହୁରି ସୁଦୃଢ଼ କରିବାରେ ଏହା ସହାୟକ ହେବ ବୋଲି ଆଶା କରାଯାଉଛି।
BREAKING NEWS
- କଣ୍ଟେନରରୁ ମିଳିଲା ୧ କୋଟି ଟଙ୍କାର ଗଞ୍ଜେଇ;୨ ଗିରଫ
- ରାଜପାଲ୍ ଯାଦବଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଆଶ୍ୱସ୍ତି: ଜେଲ୍ ଯିବାରୁ ବର୍ତ୍ତିଲେ, କିନ୍ତୁ ରଖିଲେ ଏହି କଡ଼ା ସର୍ତ୍ତ
- ମେଦବହୁଳତା କମାଇବା ସହ ଦିନସାରା ଶରୀରକୁ ଫୁର୍ତ୍ତି ରଖିବ ‘ବୁଲେଟପ୍ରୁଫ୍ କଫି’, ଏହି ସହଜ ଉପାୟରେ ଘରେ ବନାନ୍ତୁ
- ସମୁଦ୍ରରେ ବୁଡ଼ିଲା ମାଲବାହୀ ଜାହାଜ, କୋର୍ଟରେ ପହଞ୍ଚିଲା ମାମଲା: ନ୍ୟାୟ ମାଗିଲା କ୍ଷତିଗ୍ରସ୍ତ ସଂସ୍ଥା
- ଦୁର୍ନୀତିଗ୍ରସ୍ତ ବାବୁଙ୍କୁ ଧରିଲା ଭିଜିଲାନ୍ସ: ୧.୧୫ କୋଟି ଆତ୍ମସାତ୍ ମାମଲାରେ ଜୁନିୟର ଆସିଷ୍ଟାଣ୍ଟ ଗିରଫ
- ଆଲୋଚନା ମାଧ୍ୟମରେ ଭାରତ – ବାଂଲାଦେଶ ବିବାଦର ସମାଧାନ କର : ବାଂଲା ରାଷ୍ଟ୍ରପତି
- ଏସୀୟ କ୍ରୀଡ଼ା ୨୦୨୬: ପୁଣି ନୀଳ ଜର୍ସି ପିନ୍ଧି ଓହ୍ଲାଇବ ଭାରତୀୟ ହକି ଦଳ
- ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର ହୋଇପାରିବନି ଶ୍ରୀମନ୍ଦିରର ନାଁ: ଆଉ ୩ଟି ପରିଚୟ ଉପରେ ଟ୍ରେଡମାର୍କ ମୋହର
- ବେକାର ଯୁବକଙ୍କୁ ମୋହରା କରି ଖୋଲିଥିଲେ ୨୫ ବ୍ୟାଙ୍କ ଆକାଉଣ୍ଟ: ରାଜଧାନୀରେ ମ୍ୟୁଲ୍ ଆକାଉଣ୍ଟ୍ ନେଟୱାର୍କର ପର୍ଦ୍ଦାଫାଶ
- ନୂଆ ସ୍ପନଶର ଡିଲରେ ବିସିସିଆଇ ମାଲାମାଲ

Comments are closed.