Latest Odisha News

BREAKING NEWS

ନଦୀକୂଳରୁ ବୃଦ୍ଧାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର; ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ

ବାଙ୍ଗିରିପୋଷି:ନଦୀକୂଳରୁ ଜଣେ ବୃଦ୍ଧାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି। ମୟୂରଭଞ୍ଜଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଗୋଲାମୁଣ୍ଡାକଟା ପଞ୍ଚାୟତର ନୂଆବସାଣ ନଦୀକୂଳରୁ ବୃଦ୍ଧାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳା ଜଣକ ହେଲେ ଗୋଲାମୁଣ୍ଡାକଟା ଗ୍ରାମର ମାଳତୀ କର (୬୦)।

ସୂଚନାନୁଯାୟୀ, ଶନିବାର ସକାଳେ କିଛି ସ୍ଥାନୀୟ ଲୋକ ଶୌଚ ପାଇଁ ନୂଆବସାଣ ନଦୀପଠାକୁ ଯାଇଥିଲେ । ସେଠାରେ ଜଣେ ବୃଦ୍ଧାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ପଡ଼ିଥିବା ଦେଖିଥିଲେ। ଏହାପରେ ଘଟଣାଟି ସାମ୍ନାକୁ ଆସିଥିଲା।

ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ପରିବାର ଲୋକେ ତରବରିଆ ଭାବେ ମୃତଦେହର ସଂସ୍କାର କରିବାକୁ ଉଦ୍ୟମ କରୁଥିଲେ। ଏହାକୁ ନେଇ ସନ୍ଦେହ ପ୍ରକାଶ କରିଥିବା ସ୍ଥାନୀୟ ଲୋକେ ଶବଦାହ କରିବାକୁ ଦେଇନଥିଲେ।

ଘଟଣାସ୍ଥଳରୁ ପାଣି ବୋତଲ, ଜୋତା, ଟର୍ଚ୍ଚ ଓ ଅର୍ଦ୍ଧଦଗ୍ଧ ଶାଢ଼ି ଭଳି ସାମଗ୍ରୀ ଜବତ କରାଯାଇଛି।

ଖବର ପାଇ ବାଙ୍ଗିରିପୋଷି ଥାନା ଆଇଆଇସି ପଞ୍ଚାନନ ମହାନ୍ତି ପୋଲିସ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ସାଇଣ୍ଟିଫିକ୍‌ ଟିମ୍‌ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।

Leave A Reply

Your email address will not be published.