Latest Odisha News

BREAKING NEWS

ଷ୍ଟାଡିୟମ ସଫା କରି ଚର୍ଚ୍ଚାରେ ଏହି ମହାନ ଖେଳାଳି

ଅହମ୍ମଦାବାଦ: ଆଇପିଏଲ ୨୦୨୬ ଧୀରେ ଧୀରେ ରୋମାଂଚ ହେବାରେ ଲାଗିଛି । ଇତି ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଅଷ୍ଟ୍ରେଲିଆର ମହାନ ଖେଳାଳି ତଥା ଗୁଜରାଟ ଟାଇଟନ୍ସର ବ୍ୟାଟିଂ କୋଚ ମାଥ୍ୟୁ ହେଡେନ ଷ୍ଟାଡିୟମରେ ସଫା କରୁଥିବା ଦେଖିବାକୁ ମିଳିଥିଲା । ଅଭ୍ୟାସ ସେଶନ ପରେ ଖେଳାଳିମାନେ ପଡିଆରେ ଖାଲି ବୋତଲ ଓ ଆବର୍ଜନା ପକାଇଥିଲେ । ହେଡେନ କାହାକୁ କିଛି ନ କହି ଏଗୁଡିକୁ ଡଷ୍ଟବିନରେ ପକାଉଥିବା ଦେଖିବାକୁ ମିଳିଥିଲା ।

ତାଙ୍କର ଏହି କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରାଯାଉଛି । ହେଡେନ ପାକିସ୍ତାନର କୋଚ ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି । ସେ ଆଇପିଏଲରେ ମଧ୍ୟ ନିଜ ବିସ୍ଫୋରକ ବ୍ୟାଟିଂର କମାଲ ମଧ୍ୟ ଦେଖାଇ ସାରିଛନ୍ତି । ହେଡେନଙ୍କ ପ୍ରଶିକ୍ଷଣରେ ଗୁଜରାଟ ଟିମ କିପରି ଏଥର ବ୍ୟାଟିଂ ପ୍ରଦର୍ଶନ କରିବ ସେଥିପ୍ରତି ସମସ୍ତଙ୍କ ନଜର ରହିଛି । ୨୦୦୩ ଓ ୨୦୦୫ ବିଶ୍ୱକପ ବିଜୟୀ ଅଷ୍ଟ୍ରେଲିଆ ଟିମର ସେ ସଦସ୍ୟ ଥିଲେ ।

Leave A Reply

Your email address will not be published.