ନୂଆଦିଲ୍ଲୀ: ସୁପ୍ରିମକୋର୍ଟରୁ ମିଳିଲା ବଲିଉଡର ଫେମସ ସିଙ୍ଗର ଅନୁରାଧା ପଡୱାଲଙ୍କୁ ଆଶ୍ୱସ୍ତି । ତାଙ୍କୁ ନେଇ ଥିରୁଅନନ୍ତପୁରମ ଫ୍ୟାମିଲି କୋର୍ଟରେ ଚାଲିଥିବା ମାମଲା ଉପରେ କୋର୍ଟ ରହିତାଦେଶ ଜାରି କରିଛନ୍ତି । ଏଥିସହ କୋର୍ଟରେ ମାମଲା ରୁଜୁ କରିଥିବା ମହିଳା କରମାଲା ମୋଡେକ୍ସଙ୍କୁ ମଧ୍ୟ ନୋଟିସ ଜାରି କରିଛନ୍ତି ସର୍ବୋଚ୍ଚ ଅଦାଲତ ।
ଅନୁରାଧାଙ୍କ ପକ୍ଷରୁ ତାଙ୍କ ଓକିଲ ଥିରୁଅନନ୍ତପୁରମ ଫ୍ୟାମିଲି କୋର୍ଟରେ ଚାଲିଥିବା ମାମଲାକୁ ମୁମ୍ବାଇ କୋର୍ଟକୁ ଟ୍ରାନ୍ସଫର କରିବା ପାଇଁ ଏକ ଆବେଦନ ମଧ୍ୟ ଦାଖଲ କରିଛନ୍ତି । ସୂଚନା ମୁତାବକ କିଛି ଦିନ ତଳେ କେରଳ ଥିରୁଅନନ୍ତପୁରମ ସହରରେ ରହୁଥିବା କରମାଲା ମୋଡେକ୍ସ ନାମକ ଜଣେ ମହିଳା ଅନୁରାଧା ପଡୱାଲଙ୍କ ଝିଅ ବୋଲି ଦାବି କରିଥିଲେ ।
ସେ ଜନ୍ମ ହେବାର ମାତ୍ର ୪ ଦିନ ପରେ ଅନୁରାଧା ତାଙ୍କୁ ତାଙ୍କର ବର୍ତମାନର ପିତାମାତାଙ୍କ ଫାଖରେ ଛାଡି ଚାଲିଯାଇଥିବା କରମାଲା ଅଭିଯୋଗ କରିଛନ୍ତି । ଏନେଇ ସେ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । କରମାଲା ଏଥିଳାଗି ନଗଦ ୫୦ କୋଟି ଟଙ୍କା ଓ ଅନୁରାଧାଙ୍କ ସମ୍ପତିର ଏକ ଚତୁର୍ଥାଂଶ ଦେବାକୁ କୋର୍ଟରେ ଦାବି କରିଛନ୍ତି । ସେପଟେ ଏଭଳି ଅଭିଯୋଗକୁ ଅନୁରାଧା ଖଣ୍ଡନ କରିବା ସହ କରମାଲା ତାଙ୍କ ଝିଅ ନୁହେଁ ବୋଲି ଅସ୍ୱିକାର କରିଛନ୍ତି ।
BREAKING NEWS
- ଜାତିସଂଘ ଉପରେ ବିଶ୍ୱାସ ଅଛି, ଟ୍ରମ୍ପଙ୍କ ଶାନ୍ତି ବୋର୍ଡ ଦରକାର ନାହିଁ: ସ୍ପେନ
- ରାଉରକେଲା ବିମାନ ଦୁର୍ଘଟଣା: ପାଇଲଟ ତରୁଣ ଶ୍ରୀବାସ୍ତବ ସୁସ୍ଥ ହୋଇ ଫେରିଲେ
- ସୁଯୋଗ ହାତଛଡା କରୁଛନ୍ତି ସଞ୍ଜୁ ସାମସନ
- ‘Border 2’ ରିଲିଜ ପରେ ମନକଥା କହିଲେ ଦିଲଜିତ୍…
- ଫିଟ ଅଛନ୍ତି ତ ବୁମରାହ, ଚିନ୍ତା ବଢ଼ାଇଲା
- Maoists Surrender: ୪୭ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିବା ୯ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ
- ବିଜେଡି ଛାଡ଼ି ବିଜେପିରେ ମିଶିଲେ ପାଟଣାଗଡ଼ ଏନ୍ଏସି ଉପାଧ୍ୟକ୍ଷଙ୍କ ସମେତ ୭ କାଉନ୍ସିଲର
- ଧାନ ସଂଗ୍ରହରେ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାଗୁଡ଼ିକ ବହୁତ ପଛରେ: ବିଜେଡି
- ଦୁନିଆରେ ମାନବ ସମାଜ ଠାରୁ ଅଧିକ ହେବ ରୋବୋଟ ସଂଖ୍ୟା..
- ବାଂଲାଦେଶ ବିପକ୍ଷରେ ଆଇସିସି ନେଇପାରେ କଠୋର କାର୍ଯ୍ୟାନୁଷ୍ଠାନ
Comments are closed.