Latest Odisha News

BREAKING NEWS

ଭୁବନେଶ୍ୱରରେ ଜାରି ରହିବ ବାର୍ଡ ଫ୍ଲୁ ସର୍ଭେ, କେନ୍ଦ୍ରୀୟ ଟିମ୍ କରିବେ ଅନୁଧ୍ୟାନ

ଭୁବନେଶ୍ୱର: ଭୁବନେଶ୍ୱରରେ ବାର୍ଡ ଫ୍ଲୁ ଆତଙ୍କକୁ ଆଖି ଆଗରେ ରଖି ଅନ୍ୟ ଅଂଚଳରେ ଭାଇରସର ପ୍ରସାରକୁ ନିୟନ୍ତ୍ରଣ କରିବା ପାଇଁ ଭୁବନେଶ୍ୱରରେ ସର୍ଭେ ଜାରି ରହିବ ବୋଲି ଓଡିଶା ସରକାର କହିଛନ୍ତି ।

ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ରୀୟ ଟିମର ଉପସ୍ଥିତିରେ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ସଚିବ ଆର. ଋଘୁ ପ୍ରସାଦଙ୍କ ଅଧ୍ୟକ୍ଷତାରେ ବାର୍ଡ ଫ୍ଲୁ ସମୀକ୍ଷା ବୈଠକ ବସିଥିଲା ।

ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଜନସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଅଜିତ ମହାନ୍ତି କହିଛନ୍ତି କି, “ଓୟୁଏଟି ଫାର୍ମରେ ବାର୍ଡ ଫ୍ଲୁ ସଂକ୍ରମିତ ୧ କିମି ବ୍ୟାସାର୍ଦ୍ଧ ମଧ୍ୟରେ କୁକୁଡାମରା ସରିଛି । ୩ରୁ ୧୦ କିମି ବ୍ୟାସାର୍ଦ୍ଧ ଅଂଚଳରେ ପକ୍ଷୀଙ୍କ ନମୂନା ସଂଗ୍ରହ କରାଯିବ ଏବଂ ଭୋପାଳ ଲ୍ୟାବକୁ ପଠାଯିବ । ରାପିଡ୍ ରେସପନ୍ସ ଟିମ୍ ସେହି ଅଂଚଳରେ ସପ୍ତାହକୁ ଦୁଇଥର ସର୍ଭେ କରିବେ ।”

ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି, କେନ୍ଦ୍ରୀୟ ଟିମ୍ ଭୁବନେଶ୍ୱରରେ ୧୦ ଦିନ ପର‌୍ୟ୍ୟନ୍ତ ରହି ବାର୍ଡ ଫ୍ଲୁର ଅନୁଧ୍ୟାନ କରିବେ ।

Leave A Reply

Your email address will not be published.