Latest Odisha News

BREAKING NEWS

ଯାତ୍ରା ଦେଖିବାକୁ ଯାଇଥିଲେ … ୪ ଘରୁ ଲୁଟେରା ଲୁଟିନେଲେ ୬୦ଲକ୍ଷରୁ ଅଧିକ ସୁନା

ଭଦ୍ରକ:ଗାଁରେ ଯାତ୍ରା ଚାଲିଥିବା ସୁଯୋଗ ନେଇ ୪ଜଣଙ୍କ ଘରୁ ଲୁଟେରା ମାନେ ସୁନା ଗହଣା ଓ ଟଙ୍କା ଲୁଟି ନେଇଥିବା ଧୁଷୁରୀ ଥାନାରେ ଅଭିଯୋଗ ହୋଇଛି। ସୂଚନାମୁତାବକ, ୬୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା ସମେତ ନଗଦ ୧ଲକ୍ଷ ୨୦ ହଜାର ଟଙ୍କା ଲୁଟ ହୋଇଛି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଦୋହରା ପାଟଣାରେ ଏହି ଲୁଟ୍ ହୋଇଛି ।

ଘରେ ତାଲା ପକାଇ ଜଗବନ୍ଧୁ ପରିଡା, ମୀନ କେତନ ପରିଡା, ଦୁର୍ଗା ଚରଣ ପରିଡା ଓ ଶିବ ପ୍ରସାଦ ପରିଡାଙ୍କ ପରିବାର ଲୋକେ ଯାତ୍ରା ଦେଖିବାକୁ ଯାଇଥିଲେ । ଏହି ସମୟରେ ଲୁଟେରା ମାନେ ଘରେ ପଶି ଲୁଟ୍ କରିଛନ୍ତି ।

ଅଭିଯୋଗ ପରେ ପୋଲିସ ଚୋରୀ ହୋଇଥିବା ସ୍ଥାନରେ ପହଞ୍ଚି ତଦନ୍ତ କରୁଛନ୍ତି।

Leave A Reply

Your email address will not be published.