Latest Odisha News

BREAKING NEWS

LPG Blackmarket: ରାଜ୍ୟରେ ଏଲପିଜି କଳାବଜାରୀ :୩୪୩୫ ସିଲିଣ୍ଡର ଜବତ,୫ ଗିରଫ

ଭୁବନେଶ୍ୱର:ରାଜ୍ୟରେ ଏଲପିଜି ଗ୍ୟାସ ଯୋଗାଣ ସ୍ୱାଭାବିକ ରହିଛି । ମାତ୍ର ବିଭିନ୍ନ କାରଣ ଦର୍ଶାଇ କିଛି କଳାବଜାରୀ ଓ ଅସାଧୁ ବ୍ୟକ୍ତି ବେଆଇନ ଭାବରେ ଗ୍ଯାସ ସିଲିଣ୍ଡର ମହଜୁଦ ରଖିବା ଖବର ସରକାରଙ୍କ ଦୃଷ୍ଟିକୁ ଆସିଛି । ଏହାକୁ ନଜରରେ ରଖି ଯୋଗାଣ ବିଭାଗ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। କାର୍ଯ୍ୟନୁଷ୍ଠାନ ସ୍ୱରୂପ ଆଜି ପର୍ଯ୍ୟନ୍ତ ରାଜ୍ୟର ୩୦ଟି ଯାକ ଜିଲ୍ଲାର ୧୯୧୫ଟି ସ୍ଥାନରେ ଯାଞ୍ଚ କରାଯାଇଛି । ସେଥିମଧ୍ୟରୁ ୭୦୨ଟି ଗ୍ୟାସ ଏଜେନ୍ସି ଓ ୧୨୧୩ଟି ଅନ୍ୟ ସ୍ଥାନ ରହିଛି । ଏହି ସବୁ ସ୍ଥାନରୁ ୩୪୩୫ ସିଲିଣ୍ଡର ଜବତ କରାଯାଇଛି ।

ଏତଦବ୍ୟତୀତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଅଧିନିୟମ ଅନୁଯାୟୀ ୩୨୩ ମାମଲା ରୁଜୁ କରାଯିବା ସହ ୨୩ଟି ଏଫଆଇଆର ଦାଖଲ କରାଯାଇଛି। ଏପରିକି କଳାବଜାରୀ ଓ ବେଆଇନ୍ ସିଲିଣ୍ଡର ଗଚ୍ଛିତ ରଖିଥିବା ଅଭିଯୋଗରେ ୫ ଜଣଙ୍କୁ ଗିରଫ କରାଯାଇଛି ।

ବିଭିନ୍ନ ଜିଲ୍ଲାରେ ଯୋଗାଣ ବିଭାଗ ଅଧିକାରୀମାନେ ଟିମ ମାନ ଗଠନ କରି ଏ ସମ୍ପର୍କିତ ଖବର ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ଯାଞ୍ଚ କରୁଛନ୍ତି । ଏହି ଟିମ ଗୁଡିକ ଦୈନିକ ଭିତ୍ତିରେ ବିଭାଗୀୟ ଅଧିକାରୀଙ୍କୁ ତଥ୍ୟ ପ୍ରଦାନ କରୁଛନ୍ତି । ପ୍ରତ୍ୟେକ ଜିଲ୍ଲାର ଯୋଗାଣ ଅଧିକାରୀ ମାନେ ସମ୍ପୃକ୍ତ ଜିଲ୍ଲାପାଳ ମାନଙ୍କ ତତ୍ତ୍ଵବଧାନରେ ଯାଞ୍ଚ ପ୍ରକ୍ରିୟାକୁ କଡାକଡି କରୁଛନ୍ତି ।

Leave A Reply

Your email address will not be published.