ନୂଆଦିଲ୍ଲୀ: ଶନିବାର ସିଧାସଳଖ କଥା ହେବେ ଆମେରିକା-ଇରାନ
ଇସଲାମାବାଦରେ ଆମେରିକା ଏବଂ ଇରାନ ମୁହାଁମୁହିଁ!
ଆଲୋଚନାରେ ଛିଡିବ ମଧ୍ୟପ୍ରାଚ୍ୟ ଭାଗ୍ୟ
୮ ଏପ୍ରିଲରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକା ଏବଂ ଇରାନ ମଧ୍ୟରେ ୨୦ ଦିନିଆ ଯୁଦ୍ଧବିରତି ଘୋଷଣା କରିଥିଲେ, ଯେଉଁଥିରେ ପାକିସ୍ତାନ ଏବଂ ଚୀନ୍ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏବେ ପାକିସ୍ତାନ ଉଭୟ ଦେଶକୁ ଏପ୍ରିଲ ୧୧ରେ ଇସଲାମାବାଦକୁ ନିମନ୍ତ୍ରଣ କରିଛି। ଇରାନ ଏହି ଯୁଦ୍ଧବିରତି ପାଇଁ ଏକ ୧୦-ସୂତ୍ରୀ ଯୋଜନା ଉପସ୍ଥାପନ କରିଛି, ଯାହାକୁ ଟ୍ରମ୍ପ “ଆଲୋଚନାର ଏକ ଦୃଢ଼ ଭିତ୍ତିଭୂମି” ଭାବରେ ବର୍ଣ୍ଣନା କରିଛନ୍ତି। ଇରାନ କହିଛି ଯେ ଏହି ଯୋଜନା କେବଳ ଏକ ଅସ୍ଥାୟୀ ବନ୍ଦ ନୁହେଁ, ବରଂ ସ୍ଥାୟୀ ଶାନ୍ତି ପାଇଁ ଏକ ରୋଡମ୍ୟାପ୍। ତେଣୁ, ଇସଲାମାବାଦରେ ଆଲୋଚନାର ଏଜେଣ୍ଡା କ’ଣ, ଏବଂ ଉଭୟ ଦେଶ କେଉଁ ଆଭିମୁଖ୍ୟ ଗ୍ରହଣ କରିବେ ତାହା ଉପରେ ଏବେ ପୂରା ବିଶ୍ବର ନଜର ରହିଛି?
ତେବେ ଯୁଦ୍ଧବିରତିରେ ଇରାନ ଚାହୁଁଛି ଯେ ଇରାକ, ଲେବାନନ ଏବଂ ୟେମେନ, ଏହି ତିନୋଟି ଦେଶରେ ଆମେରିକା-ଇସ୍ରାଏଲ ଆକ୍ରମଣ ତୁରନ୍ତ ବନ୍ଦ ହେଉ। ଏହା ଇରାନର ପ୍ରକ୍ସି ବାହିନୀର ସୁରକ୍ଷା ଏବଂ ମଧ୍ୟପ୍ରାଚ୍ୟରେ ଶତ୍ରୁତାର ଅନ୍ତ ପାଇଁ ଜରୁରୀ। ଆଉ ଆମେରିକାର ଟ୍ରମ୍ପ ପ୍ରଶାସନ ଏହାକୁ “ଆଞ୍ଚଳିକ ବିବାଦର ଅନ୍ତ” ଭାବରେ ଆଲୋଚନା କରିବାକୁ ଇଚ୍ଛୁକ, କିନ୍ତୁ ଇସ୍ରାଏଲ ଏଥିରେ ଲେବାନନକୁ ସାମିଲ କରିବାକୁ ଚାହୁଁନାହିଁ। ଆଉ ନିଜଆଡୁ ଲେବାନନକୁ ଆଲୋଚନାର ପ୍ରସ୍ତାବ ଦେଇଥିବା ବେଳେ ସେ ଏହାକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛି।
ଆଉ ଇରାନର ସବୁଠୁ ବଡ ଦାବି ହେଉଛି, ହରମୁଜ୍ ପ୍ରଣାଳୀ ଦେଇ ଯାଉଥିବା ପ୍ରତ୍ୟେକ ଜାହାଜକୁ ଇରାନ ଏବଂ ଓମାନକୁ ସାମୁଦ୍ରିକ ଟୋଲ୍ ଦେବାକୁ ପଡିବ। ପ୍ରତ୍ୟେକ ଜାହାଜକୁ ପ୍ରାୟ ୧୯ କୋଟି ଆଦାୟ କରାଯାଇପାରିବ। ଆଉ ଯୁଦ୍ଧ ସମୟରେ ଇରାନ ଏହି ରାସ୍ତାକୁ ବନ୍ଦ କରିଦେଇଥିଲା, ଯାହା ବିଶ୍ୱର ତୈଳର ୨୦% ପ୍ରଭାବିତ କରିଥିଲା। ତଥାପି ଏବେ ସେ କହୁଛି ଯେ ସେ ଏହାକୁ ଯୁଦ୍ଧବିରତି ସହିତ ପୁଣି ଖୋଲିବ, ଆଉ ଦିନକୁ ପ୍ରାୟ ୧୫ ଜାହାଜ ଏହି ପ୍ରଣାଳୀ ଦେଇ ପାର କରାଇବ। କିନ୍ତୁ ଏଥିପାଇଁ ଇରାନ ସେନା ସହିତ ସମନ୍ୱୟ ଆବଶ୍ୟକ। ପ୍ରତ୍ୟେକ ଜାହାଜକୁ ତଥ୍ୟ ଅଂଶୀଦାର କରିବାକୁ ପଡିବ।
ଇରାନର ପୁରା ଯୋଜନା ଦାବିରେ ପରିପୂର୍ଣ୍ଣ। ଏହା ଚାହେଁ ଯେ ଯୁଦ୍ଧ ସ୍ଥାୟୀ ଭାବରେ ଶେଷ ହେଉ, ପ୍ରତିବନ୍ଧକ ହଟିଯାଉ, କ୍ଷତିପୂରଣ ଦିଆଯାଉ ଏବଂ ହରମୁଜ୍ ପ୍ରଣାଳୀ ଉପରେ ଏହାର ନିୟନ୍ତ୍ରଣ ବଜାୟ ରହୁ। ଆମେରିକା ଏହାକୁ ‘କାର୍ଯ୍ୟକ୍ଷମ ଆଧାର’ ବୋଲି ବିବେଚନା କରୁଛି, ଅର୍ଥାତ୍ କିନ୍ତୁ ଆଲୋଚନା ଆରମ୍ଭ କରିବା ପାଇଁ ଉପଯୁକ୍ତ।
ଏଥିରେ ପାକିସ୍ତାନର ଭୂମିକା ଗୁରୁତ୍ୱପୂର୍ଣ୍ଣ, କାରଣ ଏହା ଉଭୟ ଦେଶକୁ ଏକାଠି କରିଥିଲା। ଚୀନ୍ ମଧ୍ୟ ଇରାନ ଉପରେ ଚାପ ପ୍ରୟୋଗ କରିଥିଲା। ବର୍ତ୍ତମାନ, ଇସଲାମାବାଦରେ ଦୁଇ ସପ୍ତାହ ଆଲୋଚନା ସ୍ଥିର ହୋଇଛି। ଯଦି ସଫଳ ହୁଏ, ତେବେ ଏକ ସ୍ଥାୟୀ ଶାନ୍ତି ହାସଲ କରାଯାଇପାରିବ; ଅନ୍ୟଥା, ହର୍ମୁଜ୍ ପ୍ରଣାଳୀ ପୁଣି ବନ୍ଦ ହୋଇପାରେ ଏବଂ ତୈଳ ସଙ୍କଟ ଫେରିପାରେ।