Latest Odisha News

BREAKING NEWS

୨୦୨୭ ଦିନିକିଆ ବିଶ୍ୱକପ କ୍ରିକେଟ: ପୂନର୍ବାର ସାମ୍ନା ସାମ୍ନି ହୋଇପାରନ୍ତି ଭାରତ-ପାକିସ୍ତାନ

ନୂଆଦିଲ୍ଲୀ: ୨୦୨୭ ଦିନିକିଆ ବିଶ୍ୱକପ କ୍ରିକେଟ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ରିପୋର୍ଟ ମୁତାବକ ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ପୂନର୍ବାର ଗୋଟିଏ ଗ୍ରୁପରେ ରହିବା ସମ୍ଭାବନା ରହିଛି । ଏହା ଫଳରେ ପ୍ରଶଂସକମାନେ ଉଭୟ ଦେଶ ମଧ୍ୟରେ ମୁକାବିଲା ଦେଖିବାକୁ ସୁଯୋଗ ପାଇବେ । ୨୦୨୭ ବିଶ୍ୱକପରେ ୧୪ଟି ଟିମ ଅଂଶଗ୍ରହଣ କରିବେ । ଆଇସିସି ର‌୍ୟାଙ୍କିଙ୍ଗର ପ୍ରଥମ ୮ଟି ଟିମ ସିଧାସଳଖ ଏଂଟ୍ରି କରିବେ । ଅନ୍ୟ ଟିମଗୁଡିକ କ୍ୱାଲିଫିକେଶନ ରାଉଣ୍ଡ ମାଧ୍ୟମରେ ପ୍ରବେଶ କରିବେ । ୧୪ଟି ଟିମକୁ ୨ଟି ଗ୍ରୁପରେ ଭାଗ କରାଯିବ । ଏଥିରୁ ୩ଟି ଲେଖାଏଁ ଟିମ ସୁପର ସିକ୍ସକୁ ଉନ୍ନୀତ ହେବେ । ୨ଟି ଯାକ ଗ୍ରୁପକୁ ସନ୍ତୁଳିତ ରଖିବା ପାଇଁ ଆଇସିସି ଉଦ୍ୟମ କରୁଛି ।

ରେଭିନ୍ୟୁ ଆୟକୁ ବିଚାରକୁ ରଖି ଆଇସିସି ଭାରତ ଓ ପାକିସ୍ତାନ ମଧ୍ୟରେ ନିଶ୍ଚିତ ଭାବେ ମ୍ୟାଚ କରିବାକୁ ଚାହିଁବ । ଯଦି କୌଣସି ଟିମ ସୁପର ସିକ୍ସକୁ ଉନ୍ନୀତ ହୋଇ ପାରିବନି ତେବେ ଉଭୟ ଦେଶ ମଧ୍ୟରେ ମୁକାବିଲା ହେବନି । ଗୋଟିଏ ଗ୍ରୁପରେ ରହିଲେ ସେମାନେ ପରସ୍ପର ବିରୋଧରେ ନିଶ୍ଚିତ ଭାବେ ଖେଳିବେ । ରିପୋର୍ଟ ମୁତାବକ ଭାରତ, ପାକିସ୍ତାନ, ନ୍ୟୁଜିଲାଣ୍ଡ, ଜିମ୍ବାୱେ ଓ ଶ୍ରୀଲଙ୍କା ଗୋଟିଏ ଗ୍ରୁପରେ ରହିବା ସମ୍ଭାବନା ଅଧିକ । ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ ନାମ୍ବିଆରେ ବିଶ୍ୱକପ ଖେଳାଯିବ ।

Leave A Reply

Your email address will not be published.