ଚେନ୍ନାଇ: ଆଘାତ ସମସ୍ୟା ଯୋଗୁ ମହେନ୍ଦ୍ର ସିଂ ଧୋନୀ ଆଇପିଏଲର ଚଳିତ ସଂସ୍କରଣରେ ଏ ପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚ ଖେଳି ନାହାନ୍ତି । ତାଙ୍କ ଅନୁପସ୍ଥିତିରେ ଚେନ୍ନାଇ ୫ ମ୍ୟାଚ ଖେଳି ୨ରେ ବିଜୟ ହାସଲ କରିଛି । କ୍ରମାଗତ ପରାଜୟ ପରେ ଏବେ ଚେନ୍ନାଇ ଫର୍ମକୁ ଫେରିଛି । ଚେନ୍ନାଇ ତାର ପରବର୍ତୀ ମୁକାବିଲା ଏପ୍ରିଲ ୧୮ରେ ହାଇଦ୍ରାବାଦ ବିପକ୍ଷରେ ଖେଳିବ । ଧୋନୀ ଏହି ମ୍ୟାଚରେ ଖେଳିବେ କି ନାହିଁ ସେ ସମ୍ପର୍କରେ ୧୬ରେ ଜଣାପଡିବ । ସେ ଏବେ ଚେନ୍ନାଇରେ ରହି ଆଘାତ ସମସ୍ୟାର ମୁକୁଳିବା ପାଇଁ ଉଦ୍ୟମ କରୁଛନ୍ତି । ସେ ଧୀରେ ଧୀରେ ଅଭ୍ୟାସ ମଧ୍ୟ କରୁଛନ୍ତି । ତେବେ ତାଙ୍କ ଆଘାତ ସମସ୍ୟା କେତେ ଗୁରୁତର ତାହା ସ୍ପଷ୍ଟ ହୋଇନି ।
ଚେନ୍ନାଇର ଯୁବ ଟିମ ଏବେ ଫର୍ମକୁ ଫେରିଛି । ଟିମ ମ୍ୟାନେଜମେଂଟ ବିଜୟଧାରାରେ ବ୍ରେକ ଦେବାକୁ ଚାହିଁବ ନାହିଁ । ବର୍ତମାନ ପର୍ଯ୍ୟାୟରେ ଚେନ୍ନାଇ ଟିମ କମ୍ବିନେଶନ ବିଗାଡିଲେ ତାହା ଦଳର ପ୍ରଦର୍ଶନକୁ ପ୍ରଭାବିତ କରିବା ସମ୍ଭାବନା ରହିଛି । ଅନ୍ୟ ଏକ ରିପୋର୍ଟ ଅନୁସାରେ ଧୋନୀ ଏପ୍ରିଲ ୧୬ରେ ଏକ ବଡ ନିଷ୍ପତି ନେବେ ବୋଲି ଅନୁମାନ କରାଯାଉଛି । ଆଇପିଏଲରେ ବର୍ତମାନ ୧୩ ଟାଇଟଲ ଜିିତିଥିବା ୩ଟି ଟିମ ପଂଏଟ ଟେବୁଲର ନିମ୍ନ ଭାଗରେ ରହିଛନ୍ତି ।