Latest Odisha News

BREAKING NEWS

ଭୟଙ୍କର ବିସ୍ଫୋରଣରେ ୪ ମୃତ, ୧୮ ଆହତ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ଶ୍ରୀ ସତ୍ୟସାଇ ଜିଲ୍ଲାରେ ବୁଧବାର ଦିନ ଏକ ଶକ୍ତିଶାଳୀ ବିସ୍ଫୋରଣ ଘଟି ୪ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହିତ ୧୮ ଜଣ ଆହତ ହୋଇଛନ୍ତି।

ପୋଲିସର ସୂଚନା ଅନୁଯାୟୀ, ଆହତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ପାଖାପାଖି ଦୁଇଟି ଘର ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇପଡିଛି। ପ୍ରାରମ୍ଭିକ ତଦନ୍ତରୁ ଏହା ଏକ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ବୋଲି ସନ୍ଦେହ କରାଯାଉଛି।

ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଘଟଣାଟି ଅପରାହ୍ନ ପ୍ରାୟ ୧୨:୩୦ ସମୟରେ ଘଟିଥିଲା। ତେଲେଙ୍ଗାନାର ଅନେକ ଶ୍ରମିକ ସେହି ସମୟରେ ଘରେ ରହୁଥିଲେ। ଘଟଣା ପରେ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ପୋଲିସ ବିସ୍ଫୋରଣର କାରଣ ତଦନ୍ତ କରୁଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Leave A Reply

Your email address will not be published.