ନୂଆଦିଲ୍ଲୀ: ଆଫଗାନିସ୍ତାନର ଷ୍ଟାର ବୋଲର ରଶିଦ ଖାଁ ରବିବାର ଏକ ବଡ ଖୁଲାସା କରିଛନ୍ତି । ତାଙ୍କୁ ଭାରତ ଏବଂ ଅଷ୍ଟ୍ରେଲିଆର ନାଗରିକତା ଏବଂ ଖେଳିବା ପାଇଁ ଅଫର ଆସିଥିଲା । ତେବେ ସେ ଏହାକୁ ମନା କରି ଦେଇଥିଲେ । ଆଫଗାନିସ୍ତାନ ବିନା ମୋର ଅସ୍ତିତ୍ୱ ନାହିଁ । ଏହାକୁ ଛାଡି କୁଆଡେ ଯାଇ ପାରିବିନି ବୋଲି ସେ କହିଥିଲେ । ଆଇପିଏଲୋର ଗୁଜରାଟ ଟାଇଟାନ୍ସ ପକ୍ଷରୁ ଖେଳୁଥିବ ବେଳେ ଟିମର ଜନୈକ ଅଧିକାରୀ ବିସିସିଆଇର ବରିଷ୍ଠ କର୍ମକର୍ତାଙ୍କୁ ଭେଟିବାକୁ କହିଥିଲେ । ମୁଁ ତାଙ୍କୁ ସାକ୍ଷାତ କରିଥିଲି । ସେ ମୋତେ କହିଥିଲେ, ଆଫଗାନିସ୍ତାନ ସ୍ଥିତି ବହୁତ ଖରାପ ରହିଛି । ତୁମେ ଏଠାରେ ରୁହ ଓ କ୍ରିକେଟ ଖେଳ ।
କାଗଜପତ୍ର କାର୍ଯ୍ୟ ଆମେ ତୁଲାଇବୁ ବୋଲି ସେ କହିଥିଲେ । ମୁଁ ଚକିତ ହୋଇ ଯାଇଥିଲି ଏବଂ ହସି କରି କହିଥିଲି ଧନ୍ୟବାଦ, ଆଫଗାନିସ୍ତାନ ପକ୍ଷରୁ ଖେଳିବା ଜାରୀ ରଖିବି । ସେହିପରି ଅଷ୍ଟ୍ରେଲିଆ ପକ୍ଷରୁ ମଧ୍ୟ ସମାନ ଅଫର ଆସିଥିଲା ମାତ୍ର ରଶିଦ ମନା କରି ଦେଇଥିଲେ । ୨୦୧୮ରେ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳୁଥିବା ବେଳେ ସୋସିଆଲ ମିଡିଆରେ ତାଙ୍କୁ ଭାରତର ନାଗରିକତା ଦେବା ପାଇଁ ଦାବୀ ହୋଇଥିଲା । ସେ ସମୟରେ ଆଫଗାନିସ୍ତାନର ରାଷ୍ଟ୍ରପତି ଅଶ୍ରଫ ଘାନି ରଶିଦ ଆମର ଗୌରବ ବୋଲି କହିଥିଲେ ।