ନୂଆଦିଲ୍ଲୀ: ଫିଲ୍ମ ନିର୍ମାତା ଆଟଲି ଏବଂ ତାଙ୍କ ପତ୍ନୀ କୃଷ୍ଣା ପ୍ରିୟାଙ୍କ ଘରକୁ ଆସିଲା କୁନି ଅତିଥି। ଆଟଲି ଏବଂ ପ୍ରିୟା ଏହି ଖୁସି ଖବରକୁ ଏକ ଅନନ୍ୟ ଉପାୟରେ ସେୟାର କରିଛନ୍ତି ଯାହା ସମସ୍ତଙ୍କ ହୃଦୟ ଜିତିଛି। ଏହି ଖବର ପ୍ରଶଂସକଙ୍କ ମଧ୍ୟରେ ଖୁସିର ଲହରୀ ସୃଷ୍ଟି କରିଛି।

ଏହି ଦମ୍ପତି ଇନଷ୍ଟାଗ୍ରାମରେ ଏହି ଖୁସି ଖବର ସେୟାର କରିଛନ୍ତି। ଏକ ପୋଷ୍ଟରେ ଦେଖାଯାଉଛି ଗୋଟେ ଛୁଆ ଖେଳଣା ଗାଡ଼ିରେ ବସିଛି। ଆଉ ପୋଷ୍ଟରରେ ଲେଖା ଅଛି, ମୋର ଏକ ଛୋଟ ଭଉଣୀ ଅଛି! ବଡ଼ ଭାଇ, ମୀର।”
ଏହି ପୋଷ୍ଟ ପରେ ସୋସିଆଲ ମିଡିଆରେ ଅଭିନନ୍ଦନର ବର୍ଷା ଆରମ୍ଭ ହୋଇଥିଲା। ପ୍ରଶଂସକ ଏବଂ ଅନେକ ସେଲିବ୍ରିଟୀ ଶୁଭେଚ୍ଛା ଜଣାଇଥିଲେ।