Latest Odisha News

BREAKING NEWS

ବଲିଉଡରେ କରୋନା ଭୟ !

ମୁମ୍ବାଇ: ସାରା ବିଶ୍ୱରେ କରୋନା ଭାଇରସର ଆତଙ୍କ ଖେଳିଯାଇଛି । ଚୀନରେ କରୋନା ଭାଇରସରେ ମୃତ୍ୟୁ ସଂଖ୍ୟା ବଢ଼ି ୨୫୯ ହୋଇଯାଇଛି । ଯେବେକି ୩୧ଟି ପ୍ରାନ୍ତରେ ୧୧,୭୯୧ ଲୋକ କରୋନା ସଂକ୍ରମିତ ଅଛନ୍ତି ।

ଚୀନର ଜାତୀୟ ସ୍ୱାସ୍ଥ୍ୟ ଆୟୋଗ କହିଛନ୍ତି କି, “୧,୭୯୫ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ରହିଛି ଓ ଶୁକ୍ରବାର ରାତି ପର୍ଯ୍ୟନ୍ତ ୧୭,୯୮୮ ଲୋକଙ୍କ ଭାଇରସ ଦ୍ୱାରା ସଂକ୍ରମଣ ହେବାର ଆଶଙ୍କା ଥିଲା ।”

ମୁମ୍ବାଇରେ ଏପର୍ଯ୍ୟନ୍ତ କରୋନା ଭାଇରସର କୌଣସି ମାମଲା ସାମନାକୁ ଆସି ନାହିଁ । କିନ୍ତୁ ବଲିଉଡ କଳାକାରଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ସେମାନେ କୌଣସି ପ୍ରକାରରେ ରିସ୍କ ନେବାକୁ ଚାହୁଁନାହାନ୍ତି ।

ନିକଟରେ ମୁମ୍ବାଇ ବିମାନବନ୍ଦରରେ ରଣବୀର କପୁର ଓ ସନୀ ଲିଓନିଙ୍କୁ ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଛି । ସନୀଙ୍କ ସହ ତାଙ୍କ ସ୍ୱାମୀ ଡାନିଏଲ ୱେବର ମଧ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.