Latest Odisha News

BREAKING NEWS

ମୁମ୍ବାଇ ଅଲରାଉଣ୍ଡରଙ୍କୁ ଟ୍ରାଏଲ୍ସ ପାଇଁ ଡାକିଲା ଚେନ୍ନାଇ

ଚେନ୍ନାଇ: ଆଇପିଏଲ ୨୦୨୬ରେ ଚେନ୍ନଇ ସୁପର କିଙ୍ଗସ ୮ ମ୍ୟାଚରୁ ୬ ପଂଏଟ ହାସଲ କରିଛି । ବାକି ୬ଟି ମ୍ୟାଚରୁ ଦଳକୁ ପ୍ଲେ ଅଫ ପ୍ରବେଶ ପାଇଁ ୪ କିମ୍ବା ୫ ମ୍ୟାଚରେ ବିଜୟ ହାସଲ କରିବାକୁ ପଡିବ । ମହେନ୍ଦ୍ର ସିଂ ଧୋନୀଙ୍କ ଅନୁପସ୍ଥିତି ଓ ଆଘାତ ସମସ୍ୟା ଦଳକୁ ବ୍ୟାକଫୁଟକୁ ଠେଲିଦେଇଛି । ଧୋନୀ କେବେ ଦଳକୁ ପ୍ରତ୍ୟାବର୍ତନ କରିବେ ସେ ନେଇ ଟିମ ପକ୍ଷରୁ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ । ରିତୁରାଜ ଗାଏକ୍ୱାଡଙ୍କ ନେତୃତ୍ୱ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଟିମର ବ୍ୟାଟିଂ ଠିକଠାକ ରହିଥିଲେ ମଧ୍ୟ ବୋଲିଂ ବିଭାଗ ଦୁର୍ବଳ ରହିଛି । ରିପୋର୍ଟ ମୁତାବକ ଚେନ୍ନାଇ ଏବେ ଏକ ଅଲରାଉଣ୍ଡଙ୍କୁ ଦଳରେ ସାମିଲ କରିବାକୁ ଚାହୁଁଛି । ମୁମ୍ବାଇର ୨୧ ବର୍ଷୀୟ ଅଲରାଉଣ୍ଡର ଆୟୂଷ ବର୍ତକଙ୍କୁ ଚେନ୍ନାଇ ଟ୍ରାଏଲ୍ସ ପାଇଁ ଡକାଇଛି । ମିଡିୟମ ପେସ ବୋଲିଂ କରିବା ସହ ସେ ଶେଷ ଭାଗରେ ବଡ ଶଟ ଖେଳିବା ଦକ୍ଷତା ରଖିଛନ୍ତି । ନଭି ମୁମ୍ବାଇ ଟି୨୦ ଲିଗରେ ସେ ୧୯୧ ଷ୍ଟ୍ରାଇକ ରେଟରେ ୨୬୪ ରନ କରିଥିଲେ । ୪ଟି ୱିକେଟ ମଧ୍ୟ ନେଇଥିଲେ । ସେ ନର୍ଥ ମୁମ୍ବାଇ ଓ ୧୯ ବର୍ଷରୁ କମ ମୁମ୍ବାଇ ଟିମ ପକ୍ଷରୁ ମଧ୍ୟ ଖେଳିଛନ୍ତି ।

Leave A Reply

Your email address will not be published.