ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସର ପେସ ବୋଲର ଲୁଙ୍ଗି ନିଗିଡି ପଞ୍ଜାବ କିଙ୍ଗସ ବିପକ୍ଷ ମ୍ୟାଚ ଅବସରରେ ଆଘାତପ୍ରାପ୍ତ ହୋଇଥିଲେ । କ୍ୟାଚ ଧରିବା ଅବସରରେ ତାଙ୍କ ବେକ ମାଡ ହୋଇ ଯାଇଥିଲା । ପଡିଆରୁ ତାଙ୍କୁ ଆମ୍ବୁଲାନ୍ସ ମାଧ୍ୟମରେ ଡାକ୍ତରଖାନା ନିଆ ଯାଇଥିଲା । ସେ ବିପଦମୁକ୍ତ ହେବା ସହ ଏବେ ଡାକ୍ତରଖାନାରୁ ହୋଟେଲକୁ ଆସିଛନ୍ତି । ଆଘାତ ସମସ୍ୟା ଯୋଗୁ ସେ ୨ଟି ମ୍ୟାଚରେ ଖେଳି ନ ପାରନ୍ତି । ଯଦି ଏହା ହୁଏ ତେବେ ସେ ଆରସିବି ଓ ଚେନ୍ନାଇ ବିପକ୍ଷରେ ଖେଳିବେନି । ସେ ଆଇପିଏଲରେ ଏ ପର୍ଯ୍ୟନ୍ତ ୭ଟି ମ୍ୟାଚ ଖେଳିଛନ୍ତି ଏବଂ ୭ଟି ୱିକେଟ ହାସଲ କରିଛନ୍ତି । ସେ ୮.୭ ଇକୋନୋମିକ ରେଟରେ ବୋଲିଂ କରିଛନ୍ତିି ।
ଚଳିତ ଆଇପିଏଲରେ ନିଗିଡି ଦିଲ୍ଲୀର ମୂଖ୍ୟ ବୋଲିଂ ଅସ୍ତ୍ର ସାଜିଛନ୍ତି । ତାଙ୍କ ଅନୁପସ୍ଥିତି ଦଳକୁ ନିଶ୍ଚିତ ଭାବେ ଅସୁବିଧାର ପକାଇବ । ଆରସିବି ବିପକ୍ଷ ମ୍ୟାଚରେ ତାଙ୍କ ବୋଲିଂ ଅଭାବ ପରିଲକ୍ଷିତ ହୋଇଥିଲା । ଦିଲ୍ଲୀ ୭ ମ୍ୟାଚରୁ ୬ ପଂଏଟ ପାଇ ଏବେ ୭ମ ସ୍ଥାନରେ ରହିଛି । ଆରସିବି ବିପକ୍ଷ ମ୍ୟାଚରେ ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ଭୁବନେଶ୍ୱର କୁମାର ଓ ଜୋଶ ହାଜେଲଉଡଙ୍କ ବୋଲିଂକୁ ସାମ୍ନା କରି ନ ପାରି ଦିଲ୍ଲୀ ୧୬.୩ ଓଭରରେ ୭୫ ରନ କରି ଅଲଆଉଟ ହୋଇଯାଇଛି । ହାଜେଲଉଡ ୪ଟି ଓ ଭୁବନେଶ୍ୱର ୩ଟି ୱିକେଟ ନେଇଥିଲେ ।