Latest Odisha News

ଦୂତିଙ୍କୁ ଶୁଭେଚ୍ଛାର ସୂଅ: ଦୌଡରାଣୀ ଦୂତି ଚାନ୍ଦଙ୍କୁ ଅଭିନନ୍ଦନ ଜଣାଇଲା ରାଜ୍ୟ ବିଜେପି

ଭୁବନେଶ୍ୱର: ଓଡ଼ିଆଙ୍କ ଗର୍ବ ଓ ଗୌରବ ଦୂତି ଚାନ୍ଦ ଏବେ ଭାରତର ଘରେ ଘରେ ପରିଚିତ ହୋଇପାରିଛନ୍ତି । ଏସୀୟ କ୍ରୀଡ଼ାରେ ଦୂତିଙ୍କ ସଫଳତାରେ ସାରା ଦେଶରୁ ଶୁଭେଚ୍ଛାର ସୂଅ ଛୁଟିଛି ।

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଫୋନ ମାଧ୍ୟମରେ ଦୂତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ସେହିପରି ଓଡ଼ିଶା ବିଜେପି ପକ୍ଷରୁ ମଧ୍ୟ ଦୂତିଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି । ଅଷ୍ଟାଦଶ ଏସୀୟ କ୍ରୀଡାର ୨୦୦ ମିଟର ଦୌଡ ଫାଇନାଲ ପ୍ରତିଯୋଗିତାରେ ଓଡିଆ ଝିଅ ଦୂତି ଚାନ୍ଦ ରୌପ୍ୟ ପଦକ ହାସଲ କରିଥିବାରୁ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଏବଂ ବିଧାୟକ ଦଳ ନେତା କେ.ଭି ସିଂହଦେଓ ଦୌଡରାଣୀ ଓଡିଆ ଝିଅ ଦୂତିଙ୍କୁ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇଛନ୍ତି ।

କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୂତିଙ୍କୁ ଟ୍ୱିଟ୍ଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ।

କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋର ମଧ୍ୟ ଦୂତିଙ୍କ ସଫଳତାରେ ହାର୍ଦ୍ଧିକ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।

ସୂଚନାଯୋଗ୍ୟ, ଜାକର୍ତ୍ତାରେ ଅନୁଷ୍ଠିତ ଏସୀୟ କ୍ରୀଡ଼ାରେ ୨୦୦ ମିଟର ବର୍ଗ ଫାଇନାଲ ଦୌଡ ପ୍ରତିଯୋଗିତାରେ ଦୂତି ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ପଦକ ହାସଲ କରିଛନ୍ତି । ପୂର୍ବରୁ ମଧ୍ୟ ସେ ୧୦୦ ମିଟର ଦୌଡ ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କରି ଓଡିଶା ପାଇଁ ସୁନାମ ଆଣିଥିଲେ ।

Comments are closed.