ଭୁବନେଶ୍ୱର: ଓଡ଼ିଶା ପୋଲିସ ସବ-ଇନ୍ସପେକ୍ଟର (SI) ନିଯୁକ୍ତି ପରୀକ୍ଷା ଦୁର୍ନୀତିରେ ୮ ଜଣ ଅଭିଯୁକ୍ତଙ୍କ ବିରୁଦ୍ଧରେ ଜାମିନ ବିହୀନ ୱାରେଣ୍ଟ (NBW) ଜାରି କରାଯାଇଛି।
ବାରମ୍ବାର ନୋଟିସ୍ ସତ୍ତ୍ୱେ ଏହି ହାଇ-ପ୍ରୋଫାଇଲ୍ ମାମଲାର ତଦନ୍ତ କରୁଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) ସମ୍ମୁଖରେ ଅଭିଯୁକ୍ତମାନେ ହାଜର ନହେବା ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କିଛି ଦଲାଲ ବିହାରରେ ରହୁଥିବା ଏବଂ ସେମାନେ ଫେରାର୍ ଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ ଅଭିଯୁକ୍ତଙ୍କ ମଧ୍ୟରେ ଅନ୍ୱେଷ ନାୟକ, ଆଶିଷ କୁମାର, ବଳରାମ ପ୍ରଧାନ, ଧର୍ମେନ୍ଦ୍ର ପ୍ରଧାନ, ଗୋବିନ୍ଦ ତ୍ରିପାଠି, ଗୋପାଳ କୃଷ୍ଣ ଦାସ, ଗୋପୀ ରମଣ ଏବଂ ସଞ୍ଜୟ କୁମାର ରହିଛନ୍ତି। ସେମାନଙ୍କ ମଧ୍ୟରୁ ତିନି ଜଣ ବିହାରର ବୋଲି ଜଣାପଡ଼ିଛି।
ସେମାନଙ୍କ ମଧ୍ୟରେ ବିହାରର ଆଶିଷ କୁମାର, ସଞ୍ଜୟ କୁମାର ଏବଂ ଗୋପୀ ରମଣ ପ୍ରଶାସନିକ ଅଧିକାରୀଙ୍କ ସହିତ ଯୋଗାଯୋଗ କରି ଓଡ଼ିଶାରେ ଅପରେସନ୍ କରୁଥିଲେ।