ନୂଆଦିଲ୍ଲୀ: ତାମିଲନାଡୁ ବିଧାନସଭା ନିର୍ବାଚନରେ ଥାଲାପତି ବିଜୟଙ୍କ ଦଳ ତାମିଲନାଡୁ ଭେଟ୍ରି କାଝାଗମ (ଟିଭିକେ) ସର୍ବାଧିକ ଆସନ ଜିତିଛି। ଏପଟେ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ୍ ମଧ୍ୟ ତାଙ୍କ ଆସନ ବଜାୟ ରଖିପାରିଲେ ନାହିଁ।
ରିପୋର୍ଟ ଅନୁଯାୟୀ, ଟିଭିକେ ମୁଖ୍ୟ ବିଜୟ ଗୁରୁବାର ଅର୍ଥାତ୍ ମେ ୭ ତାରିଖରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ଚେନ୍ନାଇର ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବା ନେଇ କୁହାଯାଉଛି।
ବିଜୟଙ୍କ ମାତ୍ର ୨ ବର୍ଷର ଦଳ ତାମିଲନାଡୁ ନିର୍ବାଚନରେ ସବୁଠାରୁ ବଡ଼ ଦଳ ଭାବରେ ଉଭା ହୋଇଛି। ବିଧାନସଭା ନିର୍ବାଚନରେ ଟିଭିକେ ୧୦୮ ଆସନ ଜିତିଥିଲା, ଯଦିଓ ଏହା ସଂଖ୍ୟାଗରିଷ୍ଠତା ଅଙ୍କ ଠାରୁ ମାତ୍ର ୧୦ ଆସନ ପଛରେ ରହିଛି।
ଟିଭିକେ ଶପଥ ଗ୍ରହଣ ଉତ୍ସବ ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ଏହା କେଉଁ ଦଳ ସହିତ ମେଣ୍ଟ କରିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହିଁ।