Latest Odisha News

BREAKING NEWS

କଟକ: ଖୋଲାଖୋଲି ମଦ ବିକ୍ରିକୁ ସ୍ଥାନୀୟ ଲୋକଙ୍କ ବିରୋଧ

କଟକ : କଟକର ବାଙ୍କି ଥାନା ଅନ୍ତର୍ଗତ କରବର ଗାଁ ନିକଟରେ ବ୍ୟାପକ ମଦ ବିକ୍ରିକୁ ବିରୋଧ କରି ସ୍ଥାନୀୟ ଲୋକମାନେ ରାସ୍ତା ଅବରୋଧ କରିଛନ୍ତି । ଫଳରେ ଯାତାୟତ ବ୍ୟବସ୍ଥା ଏକ ପ୍ରକାର ଠପ୍ ହୋଇଯାଇଛି ।

ସୂଚନା ଅନୁଯାୟୀ ସ୍ଥାନୀୟ ଅଞ୍ଚଳରେ ମଦ ବିକ୍ରି ବେଧଡକ ଚାଲିଥିବାବେଳେ ଏହାକୁ ନେଇ ଲୋକମାନେ ବିରୋଧ କରୁଥିଲେ ମଧ୍ୟ ମଦ ବିକ୍ରି ଉପରେ କୌଣସି ଫରକ ପଡିନଥିଲା ।

ଫଳରେ ଗ୍ରାମବାସୀ କଟକ-ବାଙ୍କି ମୁଖ୍ୟ ରାସ୍ତାରେ ଟାୟାର ଜାଳି ପ୍ରତିବାଦ କରିବା ସହ ରାସ୍ତା ଅବରୋଧ କରିଥିଲେ । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ବିକ୍ଷୋଭକାରୀଙ୍କୁ ବୁଝାସୁଝା କରିଥିଲା ।

Leave A Reply

Your email address will not be published.