Latest Odisha News

BREAKING NEWS

ପୋଲିସକୁ ସଫଳତା; ୨୦୦୦ ଲିଟର ପୋଚ ସହ ୨୦ ଲିଟର ଦେଶୀ ମଦ ଜବତ

ପୁରୀ: ଚନ୍ଦନପୁର ତିଆଡି ସାହିରେ ଥିବା ଘର ପଛପଟେ ଚାଲିଥିଲା ବେଆଇନ ପୋଚ ଓ ଦେଶୀ ମଦ ବେପାର । ଜଣେ ବ୍ୟକ୍ତି ତାଙ୍କ ଘର ପଛ ପାର୍ଶ୍ୱରେ ଦେଶୀ ମଦ ପ୍ରସ୍ତୁତ କରୁଥିବାର ସୂଚନା ଆଧାରରେ ଚନ୍ଦନପୁର ପୋଲିସ ଚଢାଉ କରିଥିଲା । ସେଠାରୁ ୨୦୦୦ ଲିଟର ପୋଚୋ, ୨୦ ଲିଟର ଇ/ଡି ମଦ ଏବଂ ଗୋଟିଏ ହଣ୍ଡା ଜବତ କରିଛି ।

ଏପଟେ ପୋଲିସ ଦଳକୁ ଦେଖି ଅଭିଯୁକ୍ତ ଘଟଣାସ୍ଥଳରୁ ଖସି ପଳାଇ ଯାଇଥିବା ସୂଚନା ରହିଛି ।

ସୂଚନାଥାଉକି, ଚନ୍ଦନପୁର ପୋଲିସ ଥାନା କେସ୍ ନମ୍ବର ୧୧୪ ଡିଟିଡି ୨୮.୦୪.୨୦୨୬ ୟୁ/ଏସ୍ ୨୭୪/୨୭୫/୧୧୧(୨)(ଆଇ) ବିଏନ୍ଏସ୍ /୫୨(ଏ)(ଆଇ) ଓଡ଼ିଶା ଏକ୍ସାଇଜ୍ ଆକ୍ଟରେ ମାମଲା ରୁଜୁ କରିଛି ।

Comments are closed.