Latest Odisha News

BREAKING NEWS

ଟ୍ରେନରେ ବିସ୍ଫୋରଣ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବ୍ରହ୍ମପୁର : ଆଜି ଏକ ବଡ ଧରଣର ଦୁର୍ଘଟଣାରୁ ବର୍ତ୍ତିଯାଇଛି ଭିଲୁପୁରମ-ଖଡଗପୁର ଏକ୍ସପ୍ରେସ ଟ୍ରେନ ।

ସୂତ୍ରରୁ ପ୍ରକାଶ ଯେ ୨୨୬୦୪ ଭିଲୁପୁରମ-ଖଡଗପୁର ଏକ୍ସପ୍ରେସ ବ୍ରହ୍ମପୁର ଷ୍ଟେସନରେ ପହଞ୍ଚିବା ପୂର୍ବରୁ ଟ୍ରେନର ଏସ-୩ ବଗିରୁ ଧୁଆଁ ବାହାରୁଥିବା ଲୋକମାନେ ଦେଖିବାକୁ ପାଇଥିଲେ ।

ଏ ଖବର ପ୍ରସାରିତ ହେବାପରେ ଯାତ୍ରୀମାନଙ୍କ ମଧ୍ୟରେ ଏକ ପ୍ରକାର ଭୟ ଖେଳିଯାଇଥିଲା । ଟ୍ରେନଟି ଷ୍ଟେସନରେ ପହଞ୍ଚିବା ପରେ ଏକ ଟିମ୍ ଉକ୍ତ ବଗିକୁ ଯାଞ୍ଚ କରି ବଗିରେ ଥିବା ଏକ ବ୍ୟାଟେରୀ ବକ୍ସରୁ ଧୁଆଁ ବାହାରୁ ଥିବା ନେଇ ଜଣାପଡିଥିଲା ।

ତେବେ ଟ୍ରେନଟି ଷ୍ଟେସନରେ ପାଖାପାଖି ୪୦ ମିନିଟ୍ ଧରି ରହିବା ପରେ ନିଜ ଗନ୍ତବ୍ୟ ସ୍ତର ଆଡକୁ ଗତି କରିଥିଲା । ଅନ୍ୟ ପକ୍ଷରେ ଏହି ଘଟଣାରେ କାହାର କିଛି କ୍ଷତି ହୋଇନଥିବା ଜଣାପଡିଛି ।

Leave A Reply

Your email address will not be published.