Latest Odisha News

BREAKING NEWS

୧୩ ବର୍ଷ ପରେ ୩ ମ୍ୟାଚରେ ବଦଳିଲେ ୩ ଅଧିନାୟକ

ମୁମ୍ବାଇ: ଆଇପିଏଲରେ ୧୩ ବର୍ଷ ପରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି । ୩ଟି ମ୍ୟାଚରେ ଗୋଟିଏ ଟିମ ୩ ଜଣଙ୍କୁ ଅଧିନାୟକ କରିଛି । ୫ ଥର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ବୁଧବାର କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ନିୟମିତ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦାୟିତ୍ୱ ପ୍ରଦାନ କରିଛି । ପୂର୍ବରୁ ଯଶପ୍ରୀତ ବୁମରାହ ଓ ସୂର୍ଯ୍ୟକୁମାର ଯାଦବ ପୂର୍ବ ୨ଟି ମ୍ୟାଚରେ ଅଧିନାୟକ ଦାୟିତ୍ୱ ତୁଲାଇଥିଲେ । ୨୦୧୩ରେ ପୁଣେ ସୁପର ଜ୍ୟାଂଟସ ୩ଟି ମ୍ୟାଚରେ ୩ଟି ଅଧିନାୟକ ନିଯୁକ୍ତ କରିଥିଲା । ଚଳିତ ସଂସ୍କରଣରେ ମୁମ୍ବାଇ ୧୨ ମ୍ୟାଚ ଖେଳି ୪ଟିରେ ବିଜୟ ହାସଲ କରିଛି । ମୁମ୍ବାଇ ପ୍ଲେ ଅଫ ଦୌଡରୁ ବାଦ ପଡି ସାରିଛି ।

ଅପରପକ୍ଷରେ କୋଲକାତା ନାଇଟ ରାଇଡର୍ସ ୧୨ ମ୍ୟାଚରୁ ୧୩ ପଂଏଟ ସହ ପ୍ଲେ ଅଫ ପ୍ରବେଶ ପାଇଁ ସଂଘର୍ଷ କରୁଛି । ରୋହିତ ଶର୍ମାଙ୍କ ବଦଳରେ ମୁମ୍ବାଇ ହାର୍ଦ୍ଦିକଙ୍କୁ ଅଧିନାୟକ କରିବା ପରେ ଦଳର ପ୍ରଦର୍ଶନ କ୍ରମାଗତ ସଂସ୍କରଣରେ ସନ୍ତୋଷଜନକ ରହି ନାହିଁ । ରିପୋର୍ଟ ମୁତାବକ ଚଳିତ ଆଇପିଏଲ ପରେ ମୁମ୍ବାଇ ଟିମ ବଡ ଅଦଳ ବଦଳ କରିବା ଲକ୍ଷ୍ୟରେ ରହିଛି ।

Leave A Reply

Your email address will not be published.