Latest Odisha News

BREAKING NEWS

୧୬୬ଟି ପଞ୍ଚାୟତ ପାଇଁ ୩୭କୋଟି ଟଙ୍କା ମଂଜୁର କଲେ ମୁଖ୍ୟମନ୍ତ୍ରୀ

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୮ଟି ଜିଲ୍ଲାର ୯ଟି ବ୍ଲକ ପାଇଁ ୩୭ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି । ଏହି ବ୍ଲକ ଗୁଡିକ ହେଲା- ବରଗଡ ଜିଲ୍ଲାର ଭଟଲୀ, ରାୟଗଡା ଜିଲ୍ଲାର ପଦ୍ମପୁର, ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି, କଟକ ଜିଲ୍ଲାର ସାଲେପୁର, ଅନୁଗୁଳ ଜିଲ୍ଲାର ତାଲଚେର, କେନ୍ଧମାଳ ଜିଲ୍ଲାର କେନୂଆଗାଁ, କଳାହାଣ୍ଡି ଜିଲ୍ଲାର ନରଲା, ମୟୁରଭଞ୍ଜ ଜିଲ୍ଲାର ସାରସକଣା ଓ ଜାମଦା ବ୍ଲକ ।

ଆଜି ମୁଖ୍ୟମନ୍ତ୍ରୀ ନରଲା ବ୍ଲକର ୨୬ଟି ପଞ୍ଚାୟତ ପାଇଁ ୪.୬୦ କୋଟି ଟଙ୍କାରେ ୨୨୧ଟି ପ୍ରକଳ୍ପ, ସାଲେପୁର ବ୍ଲକର ୩୫ଟି ପଞ୍ଚାୟତ ପାଇଁ ୮.୭୬୫ କୋଟି ଟଙ୍କାରେ ୪୦୩ଟି ପ୍ରକଳ୍ପ, ସାରସକଣା ବ୍ଲକର ୧୭ଟି ପଞ୍ଚାୟତ ପାଇଁ ୪.୨୦ କୋଟି ଟଙ୍କାରେ ୧୬୪ଟି ପ୍ରକଳ୍ପ, ତେନ୍ତୁଳିଖୁଣ୍ଟି ବ୍ଲକର ୧୫ଟି ପଞ୍ଚାୟତ ପାଇଁ ୩.୫୪୭୫ କୋଟି ଟଙ୍କାରେ ୧୪୪ଟି ପ୍ରକଳ୍ପ, ତାଳଚେର ବ୍ଲକର ୨୧ଟି ପଞ୍ଚାୟତ ପାଇଁ ୫.୨୫ କୋଟି ଟଙ୍କାରେ ୧୩୬ଟି ପ୍ରକଳ୍ପ, କେନୂଆଗାଁ ବ୍ଲକର ୧୪ଟି ପଞ୍ଚାୟତ ପାଇଁ ୩.୦୧ କୋଟି ଟଙ୍କାରେ ୮୪ଟି ପ୍ରକଳ୍ପ, ଜାମଦା ବ୍ଲକର ୧୦ଟି ପଞ୍ଚାୟତ ପାଇଁ ୨.୨୪ କୋଟି ଟଙ୍କାରେ ୮୧ଟି ପ୍ରକଳ୍ପ, ଭଟଲୀ ବ୍ଲକର ୧୫ଟି ପଞ୍ଚାୟତ ପାଇଁ ୨.୫୮୫ କୋଟି ଟଙ୍କାରେ ୧୨୧ଟି ପ୍ରକଳ୍ପ ଓ ପଦ୍ମପୁର ବ୍ଲକର ୧୩ଟି ପଞ୍ଚାୟତ ପାଇଁ ୨.୪୪କୋଟି ଟଙ୍କାରେ ୧୧୯ଟି ପ୍ରକଳ୍ପ । ଏହିପରି ସମୁଦାୟ ୯ଟି ବ୍ଲକର ୧୬୬ଟି ପଞ୍ଚାୟତ ପାଇଁ ମୁଖ୍ୟମନ୍ତ୍ରୀ ୩୭ କୋଟି ଟଙ୍କାରେ ୧୪୭୩ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି ।

ଆଜିର କାର୍ଯ୍ୟକ୍ରମକୁ ମିଶାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୧୮୪ଟି ବ୍ଲକର ୪୦୫୪ଟି ଗ୍ରାମ ପଞ୍ଚାୟତର ଜନସାଧାରଣଙ୍କ ସହିତ ଆଲୋଚନା ମାଧ୍ୟମରେ ୩୭୩୩୧ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି । ଏପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକଳ୍ପ ପାଇଁ ୯୧୯ କୋଟି ଟଙ୍କା ମଞ୍ଜୁର କରାଯାଇଛି । ସୂଚନାଯୋଗ୍ୟ ଯେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଗ୍ରାମବାସୀଙ୍କ ସହିତ ସିଧାସଳଖ ଆଲୋଚନା ଜରିଆରେ ସେମାନଙ୍କ ପ୍ରସ୍ତାବିତ ପ୍ରକଳ୍ପ ଗୁଡିକୁ ମଞ୍ଜୁର କରିଛନ୍ତି । ଏହି କାର୍ଯ୍ୟକ୍ରମ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ, ସାମୂହିକ କାର୍ଯ୍ୟାନ୍ୱୟନ ଓ ସ୍ୱଚ୍ଛ ପ୍ରଶାସନର ଶ୍ରେଷ୍ଠ ଉଦାହରଣ ହୋଇପାରିଛି ।

ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପରିଷଦର ସଦସ୍ୟ, ସାଂସଦ, ବିଧାୟକ, ମୁଖ୍ୟ ଶାସନ ସଚିବ, ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ, ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ଜିଲ୍ଲାପାଳ, ପଞ୍ଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.