Latest Odisha News

ଭିନେଶଙ୍କୁ ଅଯୋଗ୍ୟ କରିବା ନେଇ ଡବ୍ଲ୍ୟୁଏଫଆଇ ଉପରେ ବର୍ଷିଲେ ହାଇକୋର୍ଟ

ନୂଆଦିଲ୍ଲୀ: ଭାରତର ମହିଳା ଅଲିମ୍ପିଆନ ଭିନେଶ ଫୋଗଟଙ୍କୁ ଅଯୋଗ୍ୟ ଘୋଷିତ କରିବା ନେଇ ଦିଲ୍ଲୀ ହାଇକୋର୍ଟ ଭାରତୀୟ କୁସ୍ତି ମହାସଂଘକୁ ଭର୍ତ୍ସନା କରିଛନ୍ତି । କୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି ଯେ, ଫୋଗଟଙ୍କ ମୂଲ୍ୟାଙ୍କନ କରିବା ପାଇଁ ଏକ ବିଶେଷଜ୍ଞ ପ୍ୟାନେଲ ଗଠନ କରାଯାଛ । ଏହା ପରେ ସେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ କି ନାହିଁ ସେ ନେଇ ନିଷ୍ପତି ନିଆଯାଉ । ବିଚାରପତି ଡିକେ ଉପାଧ୍ୟାୟ ଓ ତେଜସ କୋରିୟାଙ୍କୁ ନେଇ ଗଠିତ ବେଂଚ କେନ୍ଦ୍ର ସରକାରଙ୍କୁ ଆଦେଶ ଦେଇଛନ୍ତି ଯେ, ଏସିଆନ ଗେମ୍ସର ସିଲେକ୍ସନ ଟ୍ରାଏଲରେ ଅଂଶଗ୍ରହଣ କରିବା ପାଇଁ ଭିନେଶଙ୍କୁ ଅନୁମତି ଦିଆଯାଉ ।

ଭାରତୀୟ କୁସ୍ତି ମହାସଂଘ ବଡ ଖେଳାଳିଙ୍କୁ ସୁଯୋଗ ନ ଦେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଭିନେଶଙ୍କ ଉପରେ ବିଶୃଙ୍ଖଳିତା ଆଚରଣ ନେଇ ଡବ୍ଲ୍ୟୁଏଫଆଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ସେଥିପାଇଁ ଜୁନ ପର୍ଯ୍ୟନ୍ତ ଘରୋଇ ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ ।

Leave A Reply

Your email address will not be published.