ପାରାଦୀପ- ପାରାଦୀପ ସମୁଦ୍ରରେ ଅଟକିଛି ୧୦ଟି ଜାହାଜ। କରୋନା ଭାଇରସ୍ ଆଶଙ୍କାରେ ଏହି ଜାହାଜ ଗୁଡିକୁ ବର୍ଥକୁ ଆସିବାକୁ ଅନୁମତି ଦେଉନି ପାରାଦୀପ ବନ୍ଦର। ଏହି ଜାହାଜ ଗୁଡିକ ୫ ଦିନ ମଧ୍ୟରେ ପାରାଦୀପକୁ ଆସିଛନ୍ତି। ଅନ୍ୟପଟେ ଜଗତସିଂହପୁର ଜିଲ୍ଲାପାଳଙ୍କ ଅଧକ୍ଷତାରେ କରୋନାକୁ ନେଇଁ ଅନୁଷ୍ଠିତ ହୋଇଛି ସମୀକ୍ଷା ବୈଠକ।
କରୋନା ଭାଇରସ୍ ଧିରେ ଧିରେ ମହାମାରୀର ରୂପ ନେଉଛି। ଗୋଟିଏ ପରେ ଗୋଟିଏ ଦେଶକୁ ଏହା ଡେଇଁବାରେ ଲାଗିଛି। ଏହାକୁ ନେଇ ସାଧାରଣ ଜନତା ଚିନ୍ତିତ ଥିବାବେଳେ ଓଡିଶା ସରକାର ବିଭିନ୍ନ ସ୍ତରରେ ଏହାକୁ ରୋକିବାର ପ୍ରୟାସ ଜାରି ରଖିଛନ୍ତି। କିନ୍ତୁ ଏହାକୁ ନେଇ ବ୍ୟବସାୟୀକ କ୍ଷେତ୍ରରେ ମଧ୍ୟ ପ୍ରଭାବ ପଡିଛି। ପାରାଦୀପ ବନ୍ଦର କରୋନା ଭାଇରସକୁ ନେଇ କଡା ଆଭିମୁଖ୍ୟ ଗ୍ରହଣ କରିଛି। ଗତ ୫ ଦିନରେ ୧୦ ଜାହାଜର ପଣ୍ୟ ପରିବହନକୁ ଅନୁମତି ପ୍ରଦାନ କରୁନାହିଁ ବନ୍ଦର । ଉକ୍ତ ଜାହାଜ ଗୁଡିକ ଚୀନ, ସିଙ୍ଗାପୁର, ଶ୍ରୀଲଙ୍କା, ହଂକଂ ରୁ ଆସିଛନ୍ତି। ଉକ୍ତ ଜାହାଜର କର୍ମଚାରୀମାନଙ୍କ ସ୍ବାସ୍ଥ୍ୟ ସମ୍ପର୍କୀତ ତଥ୍ୟ ସଂଗ୍ରହ କରାଯାଉଛି । ଏଥିପାଇଁ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ଥିବା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ପ୍ରକାଶ କରିଛନ୍ତି।
କରୋନା ଭାଇରସ୍ କୁ ନେଇ ଜଗତସିଂହପୁର ଜିଲ୍ଲାପାଳ ଆଜି ପାରାଦୀପ ସର୍କିଟ ହାଉସରେ ଏକ ସସୀକ୍ଷା ବୈଠକ କରିଥିଲେ । ଏଥିରେ ବିଭିନ୍ନ ବଡ ବଡ ହୋଟେଲର କର୍ମଚାରୀ, ପୋର୍ଟ ଡାକ୍ତରଖାନାର ସିଏମ୍ଓ, ଜଗତସିଂହପୁର ସିଡିଏମଓ, ପୋର୍ଟ ଜାହାଜ ଚଳାଚଳ ବିଭାଗର ଅଧିକାରୀ ଯୋଗ ଦେଇଥିଲେ । କରୋନା ଭୂତାଣୁ ନେଇ ଦେଶର ନାଗରିକମାନଙ୍କ ରିପୋର୍ଟ ପ୍ରତିଦିନ ଦେବା ପାଇଁ ହୋଟେଲଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ପୋର୍ଟ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ମଧ୍ୟ ଆଲୋଚନା କରିଛନ୍ତି। ବାହାର ଦେଶର ନାଗରିକଙ୍କ ରିପୋର୍ଟ ଆମେ ଦାଖଲ କରିବୁ ଏବଂ ହୋଟେଲ ସମ୍ମୁଖରେ ବ୍ୟାନର ଦ୍ବାରା ସଚେତନ କରାଇବୁ ବୋଲି ହୋଟେଲ କର୍ମଚାରୀମାନେ କହିଛନ୍ତି । ସେହିପରି ବନ୍ଦର ପକ୍ଷରୁ କରୋନାକୁ ନେଇ ବିଭିନ୍ନ ପଦକ୍ଷେପ ନିଆଯାଉଛି ଏବଂ ଅଟକ ଜାହାଜ ଗୁଡିକ ସେମାନଙ୍କ ଦୈନିକ ରିପୋର୍ଟ ଦାଖଲ କରୁଛନ୍ତି। ସେମାନଙ୍କୁ ପାରାଦୀପରେ ତଳକୁ ଓହ୍ଲାଇବା ପାଇଁ ଦିଆ ଯିବନାହିଁ। କିନ୍ତୁ କେବେ ଉକ୍ତ ଜାହାଜର ପଣ୍ୟ ପରିବହନ କରାଯିବ ତାହା ସ୍ପଷ୍ଟ ହୋଇନାହିଁ ବୋଲି ବୈଠକ ପରେ ପୋର୍ଟ ଡାକ୍ତରଖାନାର ମୁଖ୍ୟ ପ୍ରହଲ୍ଲାଦ ପଣ୍ଡା ପ୍ରକାଶ କରିଛନ୍ତି।
BREAKING NEWS
- Stray dogs: ନବଜାତ ଶିଶୁକୁ ରାସ୍ତାକଡ଼ରେ ଛାଡ଼ିଗଲେ ବାପା-ମା, ବୁଲା କୁକୁର ଦେଲେ ସୁରକ୍ଷା
- ପ୍ରଥମ ଥର ପାଇଁ ଦ୍ରୁତ ଗତିରେ ହ୍ରାସ ପାଇଲା ଭାରତୀୟ ମୁଦ୍ରାର ମୂଲ୍ୟ, ଡଲାର ତୁଳନାରେ ୯୦କୁ ଖସିଲା ଟଙ୍କା
- ଭାରତର ସବୁଠୁ ମହଙ୍ଗା ହୋଟେଲରେ କେତେ ଆସିବ ବିବାହ ଖର୍ଚ୍ଚ ? ଜାଣନ୍ତୁ ଭୋଜିଠୁ ଡେକୋରେସନ ଯାଏ…
- ଫୋନ ହଜିଯାଇଥିଲେ ଗୋଟିଏ ସେକେଣ୍ଟରେ ହେବ ବ୍ଲକ୍ ! Sanchar Saathiର ଏହି ୫ ଫିଚର୍ସ ଚୋର ପାଇଁ ବିପଦ
- Cold Storage: ରାଜ୍ୟରେ ଶୀତଳଭଣ୍ଡାର ପର୍ଯ୍ୟାପ୍ତ ଥିଲେ ଏବେ ଆଳୁ ସଙ୍କଟ ଉପୁଜି ନଥାନ୍ତା: ମନ୍ତ୍ରୀ
- ନଦୀ ଜଳ ଦୂଷିତ ହେଲେ ଦାୟୀ ରହିବେ ଅଧିକାରୀ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ
- Imran khan update : ଇମ୍ରାନଙ୍କୁ ଭେଟିଲେ ଭଉଣୀ, ଇମ୍ରାନ କହିଲେ ‘ମାରିବା ପାଇଁ ଚାଲିଛି ଷଡ଼ଯନ୍ତ୍ର’…
- ଗୋଟିଏ ଘଣ୍ଟା ଭଡ଼ାରେ ନେବାକୁ ଚାହୁଁଛନ୍ତି ହେଲିକପ୍ଟର ? ଜାଣନ୍ତୁ କେତେ ଟଙ୍କା ଦେବାକୁ ପଡ଼ିବ…
- Bangladeshis Detained: ବାଂଲାଦେଶୀ ସନ୍ଦେହରେ ୮ ଅଟକ, ଯାଞ୍ଚ କରୁଛି ପୋଲିସ
- Puri Temple Closed: ଶ୍ରୀବିଗ୍ରହଙ୍କ ବନକଲାଗି ନୀତି: ୫ ଘଣ୍ଟା ପାଇଁ ଶ୍ରୀମନ୍ଦିରରେ ବନ୍ଦ ରହିବ ସାଧାରଣ ଦର୍ଶନ
Comments are closed.