ଭୁବନେଶ୍ୱର: ଓଡ଼ିଶାରେ ଆସନ୍ତା ଫେବୃଆରୀ ୮ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନମାନଙ୍କରେ ସ୍ୱଳ୍ପରୁ ମଧ୍ୟମ ଧରଣର ବୃଷ୍ଟିପାତ ହେବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରାଯାଇଛି ।
ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଏକ ବୁଲେଟିନ୍ ଅନୁଯାୟୀ ସୋମବାର ଦିନ (ଫେବୃଆରୀ ୩) ଦକ୍ଷିଣ ଓଡ଼ିଶାର ଗଜପତି, ଗଞ୍ଜାମ ଓ ରାୟଗଡ଼ା ଜିଲ୍ଲା ତଥା ମଙ୍ଗଳବାର ସକାଳେ ଗଞ୍ଜାମ, ରାୟଗଡ଼ା, କୋରାପୁଟ, ବଲାଙ୍ଗୀର, ନୂଆପଡ଼ା ଏବଂ କନ୍ଧମାଳ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି ।
ଆସନ୍ତା ୫ ଦିନ ଲାଗି ବୃଷ୍ଟିପାତ ପୂର୍ବାନୁମାନ:
ଫେବୃଆରୀ ୪ରୁ ୫ ତାରିଖ:
ରାଜ୍ୟର କନ୍ଧମାଳ, ରାୟଗଡ଼ା, ଗଜପତି, ନୟାଗଡ଼, ଅନୁଗୁଳ, ସୋନପୁର, ଢେଙ୍କାନାଳ, ଦେଓଗଡ଼, ବୌଦ୍ଧ ଏବଂ ସମ୍ବଲପୁର ଜିଲ୍ଲାର ଅନେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।
ଫେବୃଆରୀ ୫ରୁ ୬ ତାରିଖ:
ଓଡ଼ିଶାର କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, ସୋନପୁର, ବୌଦ୍ଧ ଏବଂ କୋରାପୁଟ ଜିଲ୍ଲାରେ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି ।
ଫେବୃଆରୀ ୫ରୁ ୬ ତାରିଖ:
ରାଜ୍ୟର ପରିବର୍ତ୍ତିତ ପାଣିପାଗ ଯୋଗୁଁ କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, ସୋନପୁର, ବୌଦ୍ଧ ଏବଂ କୋରାପୁଟ ଜିଲ୍ଲାମାନଙ୍କରେ ବର୍ଷା ହେବାର ଯଥେଷ୍ଟ ସମ୍ଭାବନା ରହିଛି ।
ଫେବୃଆରୀ ୬ରୁ ୭ ତାରିଖ:
ରାଜ୍ୟର ଭଦ୍ରକ, ମୟୂରଭଞ୍ଜ, ସୁନ୍ଦରଗଡ଼, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ଯାଜପୁର, ଝାରସୁଗୁଡ଼ା ଏବଂ କେନ୍ଦୁଝର ଜିଲ୍ଲାର କିଛି ସ୍ଥାନରେ ତଥା ବୌଦ୍ଧ, ବରଗଡ଼, ଖୋର୍ଦ୍ଧା, କଟକ, ପୁରୀ ଏବଂ ରାଜ୍ୟର ଅନ୍ୟ କିଛି ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି ।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରର ସର୍ବାଧିକ ତାପମାତ୍ରା ୨୭ ଡିଗ୍ରୀ ଏବଂ ସର୍ବନିମ୍ନ ତାପମାତ୍ରା ୧୮ ରହିବାର ସମ୍ଭାବନା ରହିଛି ।